ସାଙ୍ଘାତିକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ;ଗ୍ରାପ୍-୩ କଟକଣା ଲାଗୁ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ ପହଞ୍ଚିଛି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ୍ୟୁଆଇ ସର୍ବାଧିକ ୪୭୪ରେ ପହଞ୍ଚିଥିବାବେଳେ ପଞ୍ଜାବୀ ବାଗରେ ୪୬୫, ଆରକେ ପୁରମ୍‌ରେ ୪୪୩, ଆଇଟିଓରେ ୪୨୨, ଫିରୋଜ ଶାହା ରୋଡରେ ୪୨୦ ଓ ଇଣ୍ଡିଆ ଗେଟ୍‌ ଅଞ୍ଚଳରେ ଏକ୍ୟୁଆଇ ୪୦୩ରେ ପହଞ୍ଚିଛି। ତେବେ ସହରର ହାରାହାରି ଏକ୍ୟୁଆଇ ଶୁକ୍ରବାର ସକାଳ ୮ଟାରେ ୩୮୯ ରେକର୍ଡ କରାଯାଇଛି ଯାହା ଅତି ଖରାପ। ସହରର ଅନେକ ଅଞ୍ଚଳରେ ଏକ୍ୟୁଆଇ ସାଙ୍ଘାତିକ ସ୍ତରରେ ପହଞ୍ଚିବା ପରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଗ୍ରାପ୍-୩ କଟକଣା ଲାଗୁ କରାଯାଇଛି। କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌)ର କହିବା ଅନୁଯାୟୀ ଦୀପାବଳି ପାଇଁ ସହରରେ ପ୍ରଦୂଷଣ ମାତ୍ରା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ଶୁକ୍ରବାର ଠାରୁ ଏନସିଆରରେ ଗ୍ରାପ୍-୩ କଟକଣା ଲାଗୁ କରାଯାଇଛି। ଏହି କଟକଣା ଅନୁଯାୟୀ ଧୂଳି ସୃଷ୍ଟିକାରୀ ନିର୍ମାଣ କାମ ଓ ଭଙ୍ଗାରୁଜା କାମକୁ ନିଷିଦ୍ଧ କରାଯାଇଛି। ଏହା ମଧ୍ୟରେ ମାଟି ଖୋଳିବା, ଘର ଭାଙ୍ଗିବା, ରାସ୍ତା ନିର୍ମାଣ, ୱେଲଡିଂ, ରଙ୍ଗ, ପଲିସିଙ୍ଗ, ନିର୍ମାଣ ସାମଗ୍ରୀ ପରିବହନ ଆଦି କାମକୁ ବାରଣ କରାଯାଇଛି। ତେବେ ଜରୁରୀ ନିର୍ମାଣ କାମ ଯେପରି କି ମେଟ୍ରୋ ପ୍ରକଳ୍ପ, ରେଳ ପ୍ରକଳ୍ପ, ବିମାନବନ୍ଦର, ହସ୍ପିଟାଲ, ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରକଳ୍ପ, ରାଜପଥ, ଫ୍ଲାଏ ଓଭର, ପାୱାର ଟ୍ରାନ୍ସମିସନ, ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଜଳ ଯୋଗାଣ ସମ୍ପର୍କିତ ନିର୍ମାଣ କାମ ଜାରି ରହିବ। ଗ୍ରାମ-୩ କଟକଣା ଯୋଗୁଁ ଏନସିଆରରେ ବିଏସ୍-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ ଚାରିଚକିଆ ଗାଡି ଚଳାଚଳ କରିପାରିବ ନାହିଁ। ଦିଲ୍ଲୀ ସରକାର, ଏନସିଆରରେ ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ ଆଦି ୫୦% କର୍ମଚାରୀରେ କାମ କରିପାରିବେ। ଅବଶିଷ୍ଟ କର୍ମଚାରୀ ୱାର୍କଫ୍ରମ ହୋମରେ ରହି କାମ କରିବେ।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ପୀଠ ଏହି ପ୍ରସଙ୍ଗରେ ନିଜ ଆଡୁ ଶୁଣାଣି କରି କହିଥିଲେ ଯେ ଯାନବାହନ ଚଳାଚଳ କାରଣରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ବିଶେଷକରି ଦୀପାବଳି ପାଇଁ ଉପହାର କିଣିବା ଓ ଉପହାର ଦିଆନିଆ ଭଳି ପରମ୍ପରା ପାଇଁ ଅଧିକ ମାତ୍ରାରେ ଯାନବାହନ ଚଳାଚଳ କରୁଛି। ଦୀପାବଳିର ସଂସ୍କୃତି ଯାନବାହନ ଚଳାଚଳ ପ୍ରଦୂଷଣକୁ ବୃଦ୍ଧି କରୁଥିବାରୁ ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ଦରକାର ବୋଲି ସିଜେଆଇ କହିଛନ୍ତି। ତେଣୁ ଆମର ପ୍ରକୃତ ସଂସ୍କୃତି କ’ଣ ହେବା ଦରକାର ତାହା ଜନତା ବିଚାର କରିବା କଥା।

  • Related Posts

    ଡିସେମ୍ବର ୪ରେ ବାହା ହେବେ କ୍ରିକେଟର ରିଙ୍କୁ ସିଂହ

    କ୍ରିକେଟ ପଡ଼ିଆରେ ଛକା ଓ ଚୌକା ବର୍ଷା କରୁଥିବା ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବେ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ବାହା ହେବେ ରିଙ୍କୁ । ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ…

    Continue reading
    ମୋ ସହ ଖୋଲା ବିତର୍କ ପରେ ପଦରେ ରହି ପାରିବେନି ମୋଦି

    ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଖୋଲା ବିତର୍କ ପାଇଁ ଚାଲେଞ୍ଜ ଦେଇଛନ୍ତି । ଏପରିକି ତାଙ୍କ ସହ ମୁହାଁମୁହିଁ ବିତର୍କ ପରେ ମୋଦି ତାଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !