ଗଞ୍ଜାମ ବନ୍ୟା ବିଭୀଷିକା; ୧୨ ଦିନ ପରେ ଖୋଲିଲା ସ୍କୁଲ

ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରେ ଭୟଙ୍କର ବନ୍ୟାରେ ବେହାଲ ହୋଇପଡ଼ିଥିଲା ଗଞ୍ଜାମ । ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ପରେ ହଠାତ୍ ନଦୀଜଳ ସ୍ତର ବଢିଥିଲା ଓ ଗାଁ ଓ ସହରକୁ ପାଣି ମାଡ଼ିଆସିଥିଲା । ବନ୍ୟାପାଣିରେ ସ୍କୁଲ, ଅଙ୍ଗନବାଡ଼ି, କଲେଜ ଘର ବୁଡ଼ି ରହିଥିଲା । କିନ୍ତୁ ଏବେ ବନ୍ୟା ବିଭୀଷିକାର ୧୨ ଦିନ ପରେ ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି । ପ୍ରାୟ ୨ ସପ୍ତାହ ପରେ ସ୍କୁଲ ମାଟି ମାଡ଼ିଛନ୍ତି କୁନିକୁନି ପିଲା । ବ୍ୟାଗ ଧରି ସ୍କୁଲ ଯାଇଛନ୍ତି ।
୧୨ ଦିନ ଧରି ସ୍କୁଲ ବନ୍ଦ ରହିବା ପରେ ଆଜି ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍କୁଲ ଖୋଲିଛି । ହେଲେ ବନ୍ୟାର ଚିହ୍ନ ଏବେ ବି ଲିଭିନି । କେଉଁଠି ନଷ୍ଟ ହୋଇଛି ଆସବାବପତ୍ର, ତ ଆଉ କେଉଁଠି ପାଣିରେ ଭିଜି ନଷ୍ଟ ହୋଇଛି ବହି ଓ ଖାତା । ଦୀର୍ଘ ୬ ଦିନର ପରିଶ୍ରମ ପରେ ସଫା ହୋଇଛି ସ୍କୁଲ ପରିସର । ଆଉ ଏବେ ପୁଣି ଶ୍ରେଣୀଗୃହକୁ ଫେରିଛନ୍ତି ଛାତ୍ରଛାତ୍ରୀ ।

ବନ୍ୟାପାଣି ସିନା ଛାଡ଼ିଯାଇଛି, ହେଲେ ଏହା କେତେ ଯେ ଭୟଙ୍କର ଥିଲା ତାର ଚିହ୍ନ ଲିଭିନି । ଏବେ ବି ସଫେଇ କର୍ମଚାରୀମାନେ ସ୍କୁଲ ପରିସରକୁ ସଫା କରୁଛନ୍ତି । କୁନି କୁନି ପିଲାମାନେ ଭିଜା ବହିପତ୍ର ଗୁଡିକୁ ଖରାରେ ଶୁଖାଇବା ସହ କ୍ଳାସ ରୁମକୁ ସଫା କରିଛନ୍ତି । ଭଞ୍ଜଜନଗର ବ୍ଲକ ଢୁଢୁଆ ଗାଁ ଡି. କଇଠ ପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏମିତି କିଛି ଦୃଶ୍ୟ । ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ରହିଥିବା ଖେଳ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି । ପିଲାମାନେ ତାକୁ ଖରାରେ ଶୁଖାଉଥିବା ଦେଖିବାକୁ ମିଳିଛି ।

  • Related Posts

    ୨୮ରେ ଓଡ଼ିଶା ଆସିବେ ଅମିତ ଶାହ

    ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ଅନେକ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ…

    Continue reading
    ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ

    ସମ୍ବଲପୁର: ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘର ଉପସ୍ଥିତି ଜଣାପଡ଼ିଛି। ଅଭୟାରଣ୍ୟରେ ଲଗାଯାଇଥିବା ଆରବିଟି (RBT) କ୍ୟାମେରାରେ ବାଘର ଚିତ୍ର କଏଦ ହୋଇଛି। ଏହା ସହ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ମଧ୍ୟ ବାଘକୁ ଦେଖିଥିବା ସୂଚନା ମିଳିଛି। ଏହି ଘଟଣା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି