ଟ୍ରକକୁ ଧକ୍କା ଦେଲା ପଶ୍ଚିମବଙ୍ଗ ବସ, 16 ଆହତ

ଯାଜପୁର: ବଡଚଣା ଓଭର ବ୍ରିଜ୍ ନିକଟରେ ଆଜି ସକାଳ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ 16 ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ବଡଚଣା ପୋଲିସ୍, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତର 4 ଜଣଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ପଶ୍ଚିମବଙ୍ଗରୁ ଆସିଥିବା ଜଣେ ବସ ଯାତ୍ରୀ କହିଛନ୍ତି, ‘ଆମେ ସମସ୍ତେ ମେଦିନାପୁରରୁ ଆସୁଥିଲୁ । ମଝିରେ ଦୁର୍ଘଟଣା ହେଇଗଲା । ବସରେ 55 ଜଣ ଲୋକ ଥିଲେ । ଭୋର 5ଟା ବେଳେ ଦୁର୍ଘଟଣା ଘଟିଛି । ଆମେ ସବୁ ବସ ଭିତରେ ଶୋଇଥିଲୁ । ଜୋରରେ ଧକ୍କା ହେବା ପରେ ଆମେ ଉଠିଥିଲୁ । ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।’
ଆହତ ବ୍ୟକ୍ତିଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ 4 ଜଣଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ଯାତ୍ରୀବାହୀ ବସ୍‌ଟି ପଶ୍ଚିମବଙ୍ଗ ମେଦିନପୁରରୁ ପୁରୀ ଅଭିମୁଖେ ଯାଉଥିଲା ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଆଜି(ଶୁକ୍ରବାର) ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଏକ ବସ୍‌ ଦ୍ରୁତ ଗତିରେ ପୁରୀ ଅଭିମୁଖେ ଯାଉଥିଲା । ସକାଳ 5ଟା ସମୟରେ ହଠାତ୍‌ ବସ ଡ୍ରାଇଭର କୌଣସି କାରଣରୁ ଭାରସାମ୍ୟ ହରାଇ ବଡ଼ଚଣା ଓଭରବ୍ରିଜ ଉପରେ ଠିଆ ହେଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ବସଟିର ସାମ୍ନା ଭାଗ ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣା ଯୋଗୁଁ ବସରେ ଥିବା 16 ଯାତ୍ରୀ ଆହତ ହୋଇଛନ୍ତି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ବଡ଼ଚଣା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବସ ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏଥିସହିତ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବଡ଼ଚଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେପଟେ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ପୋଲିସ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।ଅନ୍ୟ ଜଣେ ଆହତ ଯାତ୍ରୀ କହିଛନ୍ତି, ‘ଆମେ ପୁରୀ ଜଗନ୍ନାଥ ଦର୍ଶନରେ ଯାଉଥିଲୁ । ଗାଡିଟା ରାସ୍ତା ଠିଆ ହେଇଛି ବୋଲି ବସ ଡ୍ରାଇଭର ଜାଣି ପାରିଲାନାହିଁ ଧକ୍କା କରି ଦେଲା । ବହୁତ ଲୋକ ଆହତ ହେଇଛନ୍ତି । ଆମେ ଗାଡ଼ିରେ କିଛି ଲୋକ ବସିଥିଲୁ, କିଛି ଲୋକ ଶୋଇଥିଲେ ସେହି ସମୟରେ ଦୁର୍ଘଟଣା ହେଇଗଲା । ଆମର ଅଳ୍ପ କ୍ଷତି ହେଇଛି, କିନ୍ତୁ ଆମ ସାଙ୍ଗରେ ଆସିଥିବା ପଡୋଶୀ ଲୋକଙ୍କର ବେଶୀ କ୍ଷତି ହେଇଛି ।’

  • Related Posts

    ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଛାତ ଆମର ସର୍ବୋଚ୍ଚ ପ୍ରାଥମିକତା – ମୁଖ୍ୟମନ୍ତ୍ରୀ

    ବଲାଙ୍ଗୀର: ଯେତେବେଳେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହି ପାରିବେ, ସେତେବେଳେ ଆମ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଆମ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ…

    Continue reading
    ରେଡିମେଡ ଗାର୍ମେଣ୍ଟ ୟୁନିଟ କରି ସମସ୍ତଙ୍କ ପାଇଁ ଜଣେ ସଫଳ ମହିଳା ଉଦ୍ୟୋଗୀ ସାଜିଛନ୍ତି ଆକସ୍ମିତା

    ଦେବଗଡ:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର କଳାମାଟି ଗ୍ରାମରେ ଏକ ରେଡିମେଡ ଗାର୍ମେଣ୍ଟ ୟୁନିଟ ପ୍ରତିଷ୍ଠା କରି ଆଜିର ଦିନରେ ଜଣେ ସଫଳ ଉଦ୍ୟୋଗୀ ହେବା ସହ ଆଖପାଖର ଲୋକମାନଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି ମହିଳା ଉଦ୍ୟୋଗୀ ଆକସ୍ମିତା ନନ୍ଦ।ସୂଚନା ଅନୁଯାୟୀ, ଦେବଗଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !