ମୋ ସହ ଖୋଲା ବିତର୍କ ପରେ ପଦରେ ରହି ପାରିବେନି ମୋଦି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଖୋଲା ବିତର୍କ ପାଇଁ ଚାଲେଞ୍ଜ ଦେଇଛନ୍ତି । ଏପରିକି ତାଙ୍କ ସହ ମୁହାଁମୁହିଁ ବିତର୍କ ପରେ ମୋଦି ତାଙ୍କ ପଦରେ ରହି ପାରିବେ ନାହିଁ ବୋଲି କହିଛନ୍ତି ରାହୁଲ ।ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ‘ଆସ୍କ ମି’ ଅଧିବେଶନ ସମୟରେ ରାହୁଲ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ରାହୁଲ କହିଛନ୍ତି, ବିଜେପି କହୁଛି, ଯଦି ଏହା ଉପରେ ସଂସଦରେ ଆଲୋଚନା ହୋଇ ପାରିବ ତେବେ କାହିଁକି ଏକ ଖୋଲା ବିତର୍କ ପାଇଁ ଜୋର ଦେଉଛନ୍ତି ? ଏହାର ଉତ୍ତରରେ ଗାନ୍ଧୀ କହିଛନ୍ତି, ‘ଗୃହରେ ତାଙ୍କୁ କହିବାର ସୁଯୋଗ ଦିଆଯାଉ ନାହିଁ । ଏପରିକି କହିବା ସମୟରେ ତାଙ୍କ ମାଇକ୍ରୋଫୋନ ବନ୍ଦ କରିଦିଆ ଯାଉଛି ।’ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ଆପଣ ମୋତେ କୃଷି ଆଇନ, ଭୋଟ ଚୋରି, ଚୀନ, ନରବଣଙ୍କ ପୁସ୍ତକ ଆଦି ପ୍ରସଙ୍ଗ ଉପରେ କହିବା ପାଇଁ ସୁଯୋଗ ଦେଇ ନ ଥିଲେ । ମୁଁ ମୁହାଁମୁହିଁ ବିତର୍କ କରିବାକୁ ଚାହୁଁଛି । ମୁଁ ଏପରି ବିତର୍କ ଚାହେଁନି, ଯେଉଁଠି ଖାଲି ଲମ୍ବା ଭାଷଣ ଥିବ ।’ରାହୁଲ କହିଥିଲେ, ମୁଁ ଚାହୁଁଛି, ନରେନ୍ଦ୍ର ମୋଦି ମୋତେ ଦେଷ ଦିଅନ୍ତୁ ଓ ମୁଁ ତାଙ୍କୁ ଦୋଷ ଦେବି । ସେ ଆସି ପାରନ୍ତି, ଯେଉଁଠି ଗୋଟିଏ ଟେବୁଲ ଥିବ । ଏହାର ଗୋଟିଏ ପଟେ ମୋଦି ଓ ଅନ୍ୟ ପଟେ ମୁଁ ଥିବି । ସେ ଆହୁରି କହିଛନ୍ତି, ଯଦି ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ କିମ୍ବା ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ବିତର୍କ ପାଇଁ ବିଚାରପତି ଭାବରେ ନିଯୁକ୍ତ କରାଯାଏ, ତେବେ ତାଙ୍କର କୌଣସି ଆପତ୍ତି ରହିବ ନାହିଁ। ସେ ଏକଥା ମଧ୍ୟ କହିଛନ୍ତି, “କିନ୍ତୁ ମୁଁ ଗ୍ୟାରେଣ୍ଟି ଦେଉଛି, ମୋ ସହିତ ମୁହାଁମୁହିଁ ବିତର୍କ ପରେ ମୋଦି ଆଉ ପ୍ରଧାନମନ୍ତ୍ରୀ ରହିବେ ନାହିଁ।”ରାହୁଲ ଏକାଧିକ ବାର ପ୍ରଧାନମନ୍ତ୍ରୀଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରଥମେ ସେ ଦାବି କରିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଦେଶଦ୍ରୋହୀ ପ୍ରମାଣିତ କରିବା ପାଇଁ ମୋତେ 5 ମିନିଟ ଲାଗିବ ନାହିଁ । ରାହୁଲଙ୍କ ଏପରି ଚାଲେଞ୍ଜକୁ ବିଜେପି ନେତାମାନେ ହସି ଉଡ଼ାଇ ଦେଇଥିଲେ । ଭାଜପା ଅଭିଯୋଗ କରି କହିଥିଲା, ସଂସଦରେ ବିତର୍କରୁ ଭାଗି ପଳାଇ ଯାଉଛନ଼୍ତି, ଆଉ ବାହାରେ ଖୋଲା ବିତର୍କ ଆହ୍ୱାନ ଦେଉଛନ୍ତି ।ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି,’ଗୋଟିଏ ପଟେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସହ ବିତର୍କ ପାଇଁ ମଞ୍ଚ ବାଛିବାକୁ କହୁଛନ୍ତି । ହେଲେ ସଂସଦରେ ଏହା ପୂର୍ବରୁ ଏକ ଜାଗା ମହଜୁଦ ଅଛି । ଲୋକସଭରେ ବିରୋଧୀ ଦଳ ନେତା ଭାବେ ଗମ୍ଭୀରତା ତଥା ଦାୟିତ୍ୱବୋଧ ଦେଖାଇବା ପାଇଁ କହିଛନ୍ତି ନିର୍ମଳା ।

  • Related Posts

    ଡିସେମ୍ବର ୪ରେ ବାହା ହେବେ କ୍ରିକେଟର ରିଙ୍କୁ ସିଂହ

    କ୍ରିକେଟ ପଡ଼ିଆରେ ଛକା ଓ ଚୌକା ବର୍ଷା କରୁଥିବା ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବେ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ବାହା ହେବେ ରିଙ୍କୁ । ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ…

    Continue reading
    ଭୂକମ୍ପ ଝଟକାରେ ଥରିଲା ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କାଶ୍ମୀର

    ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ୩ ରାଜ୍ୟ। ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଅନୁଭବ ହୋଇଛି। ଆଜି ସକାଳ ପ୍ରାୟ ୯:୧୦ ସମୟରେ ମହାରାଷ୍ଟ୍ର ଏବଂ ସକାଳ ୯:୧୫ ସମୟରେ ମଧ୍ୟ ପ୍ରଦେଶ ଥରି ଉଠିଥିଲା। ଗତକାଲି ବିଳମ୍ବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !