
-ରତଙ୍ଗୀ ଜଙ୍ଗଲରୁ ୮ କିଲୋମିଟର ପାଦଚଲା ଅଭିଯାନ ପରେ ମିଳିଲେ ଶିକ୍ଷକ ମୋହନ ମହାରଣା
ରାଇକିଆ: ଦୀର୍ଘ ୧୫ ଦିନ ଧରି ନିଖୋଜ ଥିବା ଜଣେ ଶିକ୍ଷକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି ରାଇକିଆ ପୋଲିସ। ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ର ଉଦ୍ୟମ ଯୋଗୁଁ ନିଖୋଜ ଶିକ୍ଷକ ମୋହନ କୁମାର ମହାରଣା (୪୭)ଙ୍କୁ ରତଙ୍ଗୀ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ରାଇକିଆ ଥାନା ଅନ୍ତର୍ଗତ ବlସନ୍ତପଲ୍ଲୀ ଗ୍ରାମର ସ୍ୱର୍ଗତ ଈଶ୍ୱର ମହାରଣାଙ୍କ ପୁତ୍ର ମୋହନ କୁମାର ମହାରଣା ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ଦୁବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଗତ ଅକ୍ଟୋବର ୩୦ ତାରିଖଠାରୁ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର କୌଣସି ସନ୍ଧାନ ନମିଳିବାରୁ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଥିଲେ ଏବଂ ଏନେଇ ରାଇକିଆ ଥାନାରେ ମିସିଂ ମାମଲା ନଂ ୧୬/୨୬ ରୁଜୁ ହୋଇଥିଲା।ଶନିବାର ମୋହନ ମହାରଣା ରତଙ୍ଗୀ ଅଞ୍ଚଳରେ ଥିବା ଖବର ପାଇବା ପରେ ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେଏ ଏସ ଆଇ ସୀତାପ୍ରସାଦ ବିଶୋଇ ଏବଂ ପୋଲିସ ଟିମ୍ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ଦୁର୍ଗମ ରତଙ୍ଗୀ ଜଙ୍ଗଲ ମଧ୍ୟରେ ପ୍ରାୟ ୮ କିଲୋମିଟର ରାସ୍ତା ପାଦରେ ଚାଲି ପୋଲିସ କର୍ମଚାରୀମାନେ ତାଙ୍କ ନିକଟରେ ପହଞ୍ଚିଥିଲେ। ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଥାନାକୁ ଆଣିଥିଲେ।ପରେ ଉଦ୍ଧାର ହୋଇଥିବା ଶିକ୍ଷକ ମୋହନ କୁମାର ମହାରଣାଙ୍କୁ ତାଙ୍କ ପତ୍ନୀ ଓ ଭାଇଙ୍କ ଉପସ୍ଥିତିରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଦୀର୍ଘଦିନ ଧରି ନିଖୋଜ ଥିବା ଶିକ୍ଷକଙ୍କୁ ସୁରକ୍ଷିତ ଫେରି ପାଇ ପରିବାରବର୍ଗ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।ରାଇକିଆ ପୋଲିସର ତତ୍ପରତା, ଅଧିକାରୀଙ୍କ ନେତୃତ୍ୱ ଏବଂ ଦୁର୍ଗମ ଜଙ୍ଗଲ ମଧ୍ୟରେ ପୋଲିସ କର୍ମଚାରୀଙ୍କ ଉଦ୍ୟମ ଏହି ଉଦ୍ଧାର ଅଭିଯାନରେ ଗୁରୁତ୍ୱ ବହନ କରିଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା






