
ଦେବଗଡ:ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କ୍ରୀଡ଼ା ଅଧିକାରୀ କଳିଙ୍ଗ ଆଶିଷ ଶତପଥିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ମୁଖ୍ୟଅତିଥି, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ୍,ଉପଜିଲ୍ଲାପାଳ ରଶ୍ମୀ ରଞ୍ଜନ ମହନ୍ତ,ବିଧାୟକଙ୍କ ପ୍ରତିନିଧି ଚନ୍ଦ୍ରଶେଖର ଭୁକ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଜିଲ୍ଲାର କଳା ସଂସ୍କୃତି ଯୁବକ ଯୁବତୀ ମାନଙ୍କ ଦକ୍ଷତା ଓ ପ୍ରତିଭାକୁ ଜିଲ୍ଲାସ୍ତରୀୟ ଲୋକଲୋଚନକୁ ଆଣିବାପାଇଁ ଅତିଥି ମାନେମତବ୍ୟକ୍ତ କରିଥିଲେ।ପରେ ଦଳଗତ ଲୋକ ନୃତ୍ୟ,ଲୋକ ସଙ୍ଗୀତ,ଚିତ୍ରାଙ୍କନ,କବିତାଲିଖନ,ନାଟକପ୍ରତିଯୋଗିତା କରାଯାଇଥିଲା।ଏଥିରେ ୩୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ।ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର,ଡେପୁଟୀ କଲେକ୍ଟର ମୁକେଶ ଭୋଇ,ପ୍ରିୟା ତିର୍କି,ସୌମ୍ୟା ସୁଚିସ୍ମିତାଙ୍କ ସମେତ ବୁଦ୍ଧିଜୀବୀ,ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ମେରା ଯୁବା ଭାରତର ପ୍ରଦୀପ ବିଶ୍ବାଳ ପରିଚାଳନା କରିଥିବାବେଳେ ଡିଆଇପିଆରଓ ମନୋରଞ୍ଜନ ସୂତାର ଧନ୍ୟବାଦ ଦେଇଥିଲେ।






