ରେଡିମେଡ ଗାର୍ମେଣ୍ଟ ୟୁନିଟ କରି ସମସ୍ତଙ୍କ ପାଇଁ ଜଣେ ସଫଳ ମହିଳା ଉଦ୍ୟୋଗୀ ସାଜିଛନ୍ତି ଆକସ୍ମିତା

ଦେବଗଡ:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର କଳାମାଟି ଗ୍ରାମରେ ଏକ ରେଡିମେଡ ଗାର୍ମେଣ୍ଟ ୟୁନିଟ ପ୍ରତିଷ୍ଠା କରି ଆଜିର ଦିନରେ ଜଣେ ସଫଳ ଉଦ୍ୟୋଗୀ ହେବା ସହ ଆଖପାଖର ଲୋକମାନଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି ମହିଳା ଉଦ୍ୟୋଗୀ ଆକସ୍ମିତା ନନ୍ଦ।ସୂଚନା ଅନୁଯାୟୀ, ଦେବଗଡ ସହରର ଆକସ୍ମିତା ୨୦୨୦ରେ ସରକାରୀ ପ୍ରୋତ୍ସାହନ ପାଇ ଆରମ୍ଭ କରିଥିଲେ ଗୁଗଲି ଏଣ୍ଟରପ୍ରାଇଜେସ। ସରକାରଙ୍କ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଜାଣିବା ପରେ ଆକସ୍ମିତା ଆଗ୍ରହ ପ୍ରକାଶ କରିବା ସହ ରେଡିମେଡ ଗାର୍ମେଣ୍ଟ ସିଲେଇ ୟୁନିଟ ଆରମ୍ଭ କରିଥିଲେ।ମାତ୍ର କୋଭିଡ ସମୟରେ ପ୍ରଥମ ଫେଜ ପୋଷାକ ବାହାରିଥିବା ବେଳେ ବିକ୍ରି ପାଇଁ ତାଙ୍କୁ ବେଶ କଷ୍ଟ କରିବାକୁ ପଡିଥିଲା। ପରେ ୨୦୨୨ରେ ଦ୍ବିତୀୟ ପର୍ଯ୍ୟାୟରେ ଏହି ରେଡିମେଡ ଗାର୍ମେଣ୍ଟ ୟୁନିଟ ପୁନଃ ଅବସ୍ଥାପିତ କରି ଆକସ୍ମିତା ଏବେ ସଫଳ ହୋଇ ପାରିଛନ୍ତି। ପ୍ରଥମେ ସେ ୬ଟି ସିଲେଇ ମେସିନରୁ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ଅଧିକ ସିଲେଇ ମେସିନ ଆଣି ପୋଷାକ ତିଆରି କାମରେ ବ୍ୟବହାର କରୁଛନ୍ତି।ଉକ୍ତ ରେଡିମେଡ ଗାର୍ମେଣ୍ଟ ୟୁନିଟ ଆରମ୍ଭ ପରେ ସମ୍ବଲପୁର,ଅନୁଗୁଳ,ସୁନ୍ଦରଗଡ,କେନ୍ଦୁଝର ଜିଲ୍ଲାରେ ତାଙ୍କ ଫ୍ୟାକ୍ଟ୍ରି ନିର୍ମିତ ପୋଷାକ ବିକ୍ରି ହେଉଛି। ବିଶେଷ କରି ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ,ଡ୍ରାଇଭିଙ୍ଗ ଶିକ୍ଷାନୁଷ୍ଠାନର ପୋଷାକ ସହ ବିଭିନ୍ନ ପ୍ରତିଷ୍ଠାନ ପାଇଁ ପୋଷାକ ତିଆରି କରି ଯୋଗାଇ ପାରୁଛନ୍ତି। ୟୁନିଟ ପାଇଁ ଦରକାର ହେଉଥିବା ବିଭିନ୍ନ କଞ୍ଚାମାଲ ଗୁଜୁରାଟ,ତାମିଲନାଡୁ ତଥା ଆମଦାନୀ କରାଯାଉଛି।ଏହି ରେଡିମେଡ ଗାର୍ମେଣ୍ଟରେ ୨୨ରୁ ୨୨ଜଣ କର୍ମଚାରୀ ନିୟୋଜିତ ରହି ନିଜର ପରିବାର ପ୍ରତିପୋଷଣ କରୁଥିବା ଆକସ୍ମିତା ପ୍ରକାଶ କରିଛନ୍ତି। ଚାକିରୀ କରିବା ଅପେକ୍ଷା ନିଜେ ଉଦ୍ୟମ କରି ବ୍ୟବସାୟ କରି ଅନ୍ୟକୁ କର୍ମସଂସ୍ଥାନ ଯୋଗାଇବା ଉପରେ ଆକସ୍ମିତା ବିଶ୍ବାସ କରିନ୍ତି। ଯାହା ଫଳରେ ଆଜି ସେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ଏହାସହିତ ଅନ୍ୟ ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଆକସ୍ମିତା।

  • Related Posts

    ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଛାତ ଆମର ସର୍ବୋଚ୍ଚ ପ୍ରାଥମିକତା – ମୁଖ୍ୟମନ୍ତ୍ରୀ

    ବଲାଙ୍ଗୀର: ଯେତେବେଳେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହି ପାରିବେ, ସେତେବେଳେ ଆମ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଆମ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ…

    Continue reading
    ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତା

    ଦେବଗଡ:ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କ୍ରୀଡ଼ା ଅଧିକାରୀ କଳିଙ୍ଗ ଆଶିଷ ଶତପଥିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ମୁଖ୍ୟଅତିଥି, ଜିଲ୍ଲାପରିଷଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !