ଏଣିକି ମାଣ୍ଡିଆ, ଯଅ ଓ ବାଜରାରେ ତିଆରି ହେବ ମଦ

ଭୁବନେଶ୍ୱର: ମାଣ୍ଡିଆ, ଯଅ ଓ ବାଜରାରେ ତିଆରି ହେବ ମଦ । ମହୁଲ ଫୁଲରୁ ଉତ୍ତମ ମାନର ଫ୍ଲେଭରଯୁକ୍ତ ମଦ ପ୍ରସ୍ତୁତ କରାଯାଇ ରାଜ୍ୟ ବାହାରେ ବିକ୍ରି ହେବ । ରାଜ୍ୟ ଅବକାରୀ ନୀତି ୨୦୨୫-୨୬ ପ୍ରଣୟନ ପାଇଁ ଚିଠା ପ୍ରସ୍ତାବ ଉପରେ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ଅତିଥି ଭବନରେ ଆୟୋଜିତ ଏହି ବୈଠକ ପରେ ଶ୍ରୀ ହରିଚନ୍ଦନ କହିଛନ୍ତି ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମିଲେଟ୍‌ ୱାଇନ୍‌ ପ୍ରସ୍ତୁତ କରିବ । ରାଜ୍ୟରେ ଏକ ସ୍ୱଚ୍ଛ ଅବକାରୀ ନୀତି ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସଂପୃକ୍ତ ଅଂଶୀଦାରଙ୍କ ସମେତ ରାଜ୍ୟବାସୀ ଉପକୃତ ହୋଇପାରିବେ ଏ ନେଇ ବ୍ୟବସ୍ଥା କରାଯାଉଛି ।
ନୂଆ ଅବକାରୀ ନୀତିରେ ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌, ବ୍ୟବସ୍ଥାରେ ସ୍ୱଚ୍ଛତା, ମିଲେଟ୍‌ ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲର ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଛି । ଶୁଦ୍ଧ ମଦ ପ୍ରସ୍ତୁତ ଓ ଅପମିଶ୍ରଣ ରୋକିବାକୁ ଯୋଜନା ହେଉଛି । ଅଶୋଧିତ ଭାବେ ରାଜ୍ୟରେ ମହୁଲି ମଦର ପ୍ରଚଳନ ହେଉଛି । ମହୁଲିରୁ ପ୍ରସ୍ତୁତ ଦେଶୀ ମଦ ୧୫ ଦିନରୁ ଅଧିକ ଗଚ୍ଛିତ ରଖିବା ସମ୍ଭବ ହେଉନି । କିଛି ନିବେଶକ ରାଜ୍ୟର ମିଲେଟ୍‌ ମଦ କାରଖାନା ବସାଇବାକୁ ଯୋଜନା କରିଛନ୍ତି । ବିଭିନ୍ନ ଫ୍ଲେଭରଯୁକ୍ତ ମିଲେଟ ମଦ ପ୍ରସ୍ତୁତ କରାଯିବ । ସେପଟେ ରାଜ୍ୟରୁ ଉତ୍ପାଦିତ ମଦ ବାହାର ରାଜ୍ୟ ସହ ବିଦେଶକୁ ରପ୍ତାନି କରିବାକୁ ଯୋଜନା କରିଛି ରାଜ୍ୟ ଅବକାରୀ ବିଭାଗ । ନିବେଶକମାନଙ୍କୁ ପ୍ରୋତ୍ସାହନ ପାଇଁ ଶିଳ୍ପ ବିଭାଗର ସହମତି ଲୋଡିଛି ଅବକାରୀ ବିଭାଗ ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ