
କାମାକ୍ଷାନଗର: କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ସୁନାଝରି ଜଙ୍ଗଲରେ ଏକ ହାତୀର ମୃତଦେହ ସୋମବାର ପୂର୍ବାହ୍ନରେ ବନ ବିଭାଗ ଉଦ୍ଧାର କରିଛି। ସୁନାଝରି ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତଦେହ ପଡ଼ିଥିବା ନେଇ କେତେଜଣ ଗ୍ରାମବାସୀ ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସୁନାଝରି ଜଙ୍ଗଲରେ ଥିବା ହାତୀପଲ ମଧ୍ୟରେ ଥିବା କିଛି ଦନ୍ତାହାତୀଙ୍କ ମଧ୍ୟରେ ଲଢ଼େଇ ଲାଗିବାରୁ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।




