ଆଜିଠୁ ପ୍ରତି ପଞ୍ଚାୟତରେ ହେବ ସୁଭଦ୍ରା ରାଲି

ଭୁବନେଶ୍ବର : ବୁଧବାର ଠାରୁ ଆରମ୍ଭ ହେବ ସୁଭଦ୍ରା ରାଲି। ପ୍ରତି ପଞ୍ଚାୟତରେ ହେବ ଏହି ରାଲି। ଆସନ୍ତା ୮ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି ରାଲି। ଏଥିପାଇଁ ଏସଓପି ଜାରି କଲେ ରାଜ୍ୟ ସରକାର।ପ୍ରତି ଗ୍ରାମ ପଞ୍ଚୟତରେ ୧୦୦ ମହିଳା ଏହି ରାଲିରେ ଯୋଗ ଦେବେ। ଏଥିପାଇଁ ପ୍ରତି ଗ୍ରାମ ପଞ୍ଚାୟତକୁ ୭୫୦୦ଟଙ୍କା ଦିଆଯାଇଛି। ବିଡିଓ ଏବଂ ସିଡିପିଓ ଏହାର ତଦାରଖ କରିବେ।
ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୬ରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ୟ୍ୟାୟ ଟଙ୍କା। ପ୍ରଥମ କିସ୍ତିର ପଞ୍ଚମ ପର୍ୟ୍ୟାୟରେ ସୁଭଦ୍ରା ଯୋଜନାରେ ୧ ଲକ୍ଷ ୭୦ ହଜାର ମହିଳା ଟଙ୍କା ପାଇବେ। ହିତାଧିକାରୀଙ୍କ ଖାତାଙ୍କୁ ଯିବ ୫ ହଜାର ଟଙ୍କା । ସେହିପରି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ସୁଭଦ୍ରାର ୨ୟ କିସ୍ତି ପ୍ରଦାନ କରାଯିବ। ଏହାଦ୍ୱାରା ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ।

ଏଯାଏଁ ୪ଟି ପର୍ୟ୍ୟାୟରେ ୯୮ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଲେଖାଏଁ ଟଙ୍କା ମିଳିଛି । ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ଓ ଡିବିଟି ନେଇ ଥିବା ସମସ୍ୟା କାରଣରୁ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି । “ସୁଭଦ୍ରା’ ପ୍ରଥମ କିସ୍ତିର ଏମାନେ ଶେଷ ହିତାଧିକାରୀ ହୋଇଥିବା ବେଳେ ମାର୍ଚ୍ଚ ୬ରେ ୫ମ ପର୍ୟ୍ୟାୟରେ ଏମାନଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିବ । ୮ରେ ସମସ୍ତ ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ।

  • Related Posts

    ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଶସୂତ୍ରୀ ପ୍ୟାକେଜ ଘୋଷଣା

    ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ ପ୍ରଭାବିତ ଚାଷୀମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ କୃଷି ଇନପୁଟ୍‌ ସବସିଡି ସହାୟତା ପ୍ରଦାନ କରାଯିବ କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କ୍ରୟ ପାଇଁ DBT ମାଧ୍ୟମରେ…

    Continue reading
    ୨୮ରେ ମିଳିବ ସୁଭଦ୍ରାର ୫ମ କିସ୍ତି, ନୟାଗଡ଼ରେ ରାଜ୍ୟସ୍ତରୀୟ ସୁଭଦ୍ରା ସମାବେଶ

    ଭୁବନେଶ୍ବର: ସୁଭଦ୍ରା ହିତାଧିକାରୀଙ୍କ ପାଇ ଖୁସି ଖବର। ଆସନ୍ତା ୨୮ ତାରିଖ ରାକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରାର ୫ମ କିସ୍ତି। ନୟାଗଡ଼ରେ ରାଜ୍ୟସ୍ତରୀୟ ସମାବେଶରେ ଏହି ଟଙ୍କା ପ୍ରଦାନ କରାଯିବ। ଏ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ