
ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାକୁ ୟୁନେସ୍କୋ ଦ୍ୱାରା ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ନାମାଙ୍କନପତ୍ର ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ବେଳେ ଖୁବ୍ଶୀଘ୍ର ଏହା ଦାଖଲ କରାଯିବ ।
ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ । ରଥଯାତ୍ରା ଭଳି ମହାର୍ଘ୍ୟ ବୈଶ୍ୱିକ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ ଶୀଘ୍ର କାର୍ୟ୍ୟାନୁଷ୍ଠାନ ନେବେ ବୋଲି ପ୍ରଶାସନ ଆଶା ରଖିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।




