
ଭୁବନେଶ୍ୱର: ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ୪ ଥରର ବିଧାୟକ ଅନନ୍ତ ଦାସଙ୍କ ମରଶରୀର । ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ବିଭିନ୍ନ ବର୍ଗର ଲୋକ । ସବୁ ଦଳର ରାଜନେତାମାନେ ବିଧାନସଭାରେ ଶେଷ ଦର୍ଶନ କରିଛନ୍ତି । ଏହା ପୂର୍ବରୁ ଭୁବନେଶ୍ବର ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ ଲାଗିଥିଲା । ଭୋଗରାଇର ଏହି ପୂର୍ବତନ ବିଧାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତଚରଣ ଦାସ ଶୋକ ପ୍ରକାଶ କରିଛନ୍ତି ।
ରବିବାର ଭୋର ୪ଟା ୧୫ ମିନିଟ୍ ସମୟରେ ଭୁବନେଶ୍ବର ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ତାଙ୍କ ପୁଅ ବିଶ୍ବଜିତ୍ ଦାସ ବିୟୋଗ ଖବର ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗ ଖବରରେ ରାଜନୈତକ ମହଲରେ ଶୋକର ଛାୟା ଖେଳିଯାଇଛି ।




