ଉଚ୍ଚା ତକିଆରେ ଶୋଉଥିଲେ…

ସାଧାରଣତଃ ସୁନିଦ୍ରା ପାଇଁ ଆରାମଦାୟକ ଶଯ୍ୟାର ଆବଶ୍ୟକତା ବେଶି ଥାଏ । ଅନେକ ଲୋକ ଆରାମ ପାଇଁ ତକିଆରେ ମୁଣ୍ଡ ଦେଇ ଶୋଇବାକୁ ଯସନ୍ଦ କରନ୍ତି । କେହି କେହି ଅଧିକ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୋଇବାକୁ ଭଲପାଆନ୍ତି । ଏପରିକି ତକିଆକୁ ଉଚ୍ଚା କରିବା ପାଇଁ ଅନେକ ଦୁଇଟି ତକିଆ ବ୍ୟବହାର କରୁଥିବାର ଦେଖାଯାଏ । ତେବେ ଆବଶ୍ୟକତାଠୁ ଅଧିକ ଉଚ୍ଚତାର ତକିଆ ମୁଣ୍ଡରେ ଦେବା ଶରୀର ପାଇଁ କ୍ଷତିକାରକ । ଉଚ୍ଚା ତକିଆ ଦେଇ ଶୋଇବାର ଅର୍ଥ ହେଉଛି, ନିଜେ ନିଜ ପାଇଁ ରୋଗକୁ ଡାକିବା । ମୁଖ୍ୟତଃ ଏହା ହାଡ଼ ଉପରେ ପ୍ରଭାବ ପକାଇଥାଏ ଏବଂ ଏଥିଯୋଗୁ ଶିରାପ୍ରଶିରାରେ ଜଳାପୋଡ଼ା ମଧ୍ୟ ହୋଇଥାଏ । ଏହା ବ୍ୟତୀତ ସକାଳୁ ଉଠିବା ମାତ୍ରେ ଶରୀରରେ ଯନ୍ତ୍ରଣା ହେବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥାଏ । ଅତ୍ୟଧିକ ଉଚ୍ଚ ତକିଆ ଦେବା ଦ୍ୱାରା କାନ୍ଧ ଓ ବେକର ମାଂସପେଶୀ ଉପରେ ଚାପ ପଡ଼ିଥାଏ । ଫଳରେ ବେକରେ ଯନ୍ତ୍ରଣା ହୋଇଥାଏ । ଏପରିକି ଅଧିକ ଉଚ୍ଚା ତକିଆ ଦେଇ ଶୋଉଥିବା ଲୋକଙ୍କଠାରେ ମୁଣ୍ଡବିନ୍ଧା ସମସ୍ୟା ବେଶି ହୋଇଥାଏ । କେବଳ ସେତିକି ନୁହେଁ, ଉଚ୍ଚା ତକିଆ ଦେବା ଦ୍ୱାରା ମେରୁଦଣ୍ଡ ଓ ତ୍ୱଚା ଜନିତ ସମସ୍ୟା ଦେଖାଦିଏ । ଏଣୁ ଆବଶ୍ୟକତାଠୁ ଅଧିକ ଉଚ୍ଚା ତକିଆ ବ୍ୟବହାର କରୁଥିଲେ, ସତର୍କ ରହିବା ଖୁବ୍‌ ଜରୁରି ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ଲୁହା କଡେ଼ଇରେ ଖାଦ୍ୟ ରାନ୍ଧୁଥିଲେ ସାବଧାନ !

    ରୋଷେଇ କରିବା ସମୟରେ ଜାଣତରେ କିମ୍ବା ଅଜାଣତରେ ଆମେ ଅନେକ ଭୁଲ୍ କରିଥାଉ । ଏହି ଭୁଲ୍ ଗୁଡିକ ମଧ୍ୟରୁ କେତେକ ଏପରି ଅଛି ଯାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହି କାରଣରୁ ଯେତେବେଳେ ବି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ