ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ

ଭୁବନେଶ୍ବର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ ଗଣମାଧ୍ୟକୁ କହିଛନ୍ତି ଯେ, ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । କିନ୍ତୁ କେବଳ ଚା କପ ଉପରେ ଆଲୋଚନା ନ କରି ତୁରନ୍ତ ସମାଧାନ କରାଯାଉ। ଛତିଶଗଡ଼ ପ୍ରଥମେ କାମ ବନ୍ଦ କରୁ, ତା ପରେ ଆଲୋଚନା କରୁ ବୋଲି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି।ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ ଆହୁରି ମଧ୍ୟ କହିଛନ୍ତି ଆମେ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ। ପୂର୍ବରୁ ଅନେକ ଥର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲା ବେଳେ ଉଦ୍ୟମ ହୋଇଛି। ବାରମ୍ବାର କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା ହୋଇଛି। ଏକାଧିକ ଥର ତ୍ରିପାଖିକ ଆଲୋଚନା ହୋଇଛି। ହେଲେ ଛତିଶଗଡ଼ର ଜିଦଖୋର ମନ ଭାବ ପାଇଁ ସମାଧାନ ହୋଇ ପାରିନି। ତେଣୁ ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ। ହେଲେ କେବଳ ଚା କପ ଉପରେ ଆଲୋଚନା ନ କରି ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ କାମ ବାକି ବନ୍ଦ କରନ୍ତୁ। ଅନେକ ବ୍ୟାରେଜ କାମ ସାରି ସାରିଲାଣି। ଅନେକ କାମ ବହୁତ ଆଗକୁ ଗଲାଣି। ଟ୍ରିପଲ ଇଞ୍ଜିନ ସରକାର କାମ ବନ୍ଦ କରି ସମାଧାନର ରାସ୍ତା ବାହାର କରନ୍ତୁ। କେବଳ ଟେବୁଲରେ ଆଲୋଚନା କରି, କାମ ଚାଲୁ ରହିଲେ ଏହାର କୌଣସି ଲାଭ ନାହିଁ।
ଯଦି ଉଭୟ ସରକାର ଫଳପ୍ରଦ ଆଲୋଚନା ଚାହୁଁଛନ୍ତି, ଘଟଣାର ଆପୋଷ ସାମଧନ ଚାହୁଁଛନ୍ତି ତାହାଲେ କାମ ପ୍ରଥମେ ବନ୍ଦ କରି ଆଲୋଚନା କରନ୍ତୁ। ଏମିତି କି ମାମଲା ଟ୍ରିବ୍ୟୁନାଲରେ ଅଛି। ତେଣୁ ଉଭୟ ସରକାର ଆପୋଷ ସମାଧାନ ପାରିବ କି ନାହିଁ ସେକଥା ଦେଖନ୍ତୁ। ନୂଆ ସରକାର ସବୁବେଳେ ପୂର୍ବ ସରକାର ପୂର୍ବ ସରକାର କହି ଦୋଷ ଦେଉଛନ୍ତି। ଏବେ ବିଜେପି ସରକାର ଅଛନ୍ତି। ତେଣୁ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ବିଜେପି ସରକାରଙ୍କୁ ଆହ୍ବନ ଦେଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ