ଦ୍ବିତୀୟ ଟି୨୦ ଜିତିଲା ଦକ୍ଷିଣ ଆଫ୍ରିକା

କ୍ବେବେରା: ସ୍ପିନର ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍‌ ନେଇଥିଲେ ହେଁ ରବିବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତଙ୍କୁ ଜିତାଇ ପାରିନାହାନ୍ତି। ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଜେରାଲ୍‌ଡ କୋଏଜିଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ୩ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ଭୋଗି ଭାରତ ୬ ୱିକେଟ୍‌ରେ ୧୨୪ ରନ୍‌ କରିଥିଲା। ପରେ ୬ଟି ବଲ୍‌ ବାକିଥାଇ ୭ ୱିକେଟ୍‌ ହରାଇ ଘରୋଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଫଳରେ ୪ ମ୍ୟାଚ୍‌ର ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି। ବୁଧବାର ୩ୟ ମ୍ୟାଚ୍‌ ଖେଳାଯିବ।
ଦକ୍ଷିଣ ଆଫ୍ରିକା ୧୨୫ ରନ୍‌ର ପିଛାକରି ଓପ୍‌ନିଂ ଯୋଡ଼ିରେ ୨୨ ରନ୍‌ କରିଥିଲା। ରିୟାନ୍ ରିକେଲ୍‌ଟନ ୧୧ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ବରୁଣ ଚକ୍ରବର୍ତ୍ତୀ କ୍ରମାଗତ ୫ଟି ୱିକେଟ୍‌ ନେଇ ଭାରତକୁ ମ୍ୟାଚ୍‌ରେ ରଖିଥିଲେ। ଅଧିନାୟକ ଐଡେନ ମାର୍କରାମ ୩ ରନ୍‌କରି ବିଦାୟ ନେଇଥିଲେ। ୮ମ ଓଭର ପର‌୍ୟ୍ୟନ୍ତ କ୍ରିଜ୍‌ରେ ଥିବା ରିଜା ହେଣ୍ଡ୍ରିକ୍‌ସ ୨୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ରନ୍‌କରି ଆଉଟ୍‌ ହୋଇଥିଲେ। ବ୍ୟାଟିଂରେ ପଦୋନ୍ନତି ପାଇଥିବା ମାର୍କୋ ୟାନ୍‌ସେନ ୭ ରନ୍‌କରି ଆଉଟ୍‌ ହୋଇଥିଲେ। ହେନ୍‌ରିକ କ୍ଲାସେନ୍ ୨ ରନ୍‌କରି ୱିକେଟ୍‌ ଫିଙ୍ଗିଥିଲେ। ପରବର୍ତ୍ତୀ ବଲ୍‌ରେ ଡେଭିଡ୍‌ ମିଲର ବୋଲ୍‌ଡ ହୋଇ ବରୁଣଙ୍କୁ ୫ମ ୱିକେଟ୍‌ ଦେଇଥିଲେ। ୬୬ ରନ୍‌ରେ ୬ଟି ୱିକେଟ୍‌ ପଡ଼ିବା ପରେ ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଆନ୍ଦିଲେ ସିମିଲାନେ ୨୦ ରନ୍‌ ଯୋଡ଼ିବା ପରେ ସିମିଲାନେ ୭ ରନ୍‌କରି ବିଦାୟ ନେଇଥିଲେ। ୪ ଓଭରରୁ ଦକ୍ଷିଣ ଆଫ୍ରିକା ୩୭ ରନ୍‌ ଆବଶ୍ୟକ କରୁଥିବା ବେଳେ ପରବର୍ତ୍ତୀ ୨ ଓଭରରୁ ୨୪ ରନ୍‌ ହୋଇଥିଲା। ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଜେରାଲ୍‌ଡ କୋଏଜି ଅବିଭାଜିତ ୮ମ ୱିକେଟ୍‌ ପାଇଁ ୨୦ ବଲ୍‌ରୁ ୪୨ ରନ୍‌ର ବିସ୍ଫୋରକ ଭାଗୀଦାରି କରି ଦକ୍ଷିଣ ଆଫ୍ରିକାକୁ ଜିତାଇଥିଲେ। ଷ୍ଟବ୍‌ସ ୪୧ ବଲ୍‌ରୁ ୭ଟି ଚୌକା ସହ ୪୭ ଏବଂ କୋଏଜି ୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‌କରି ଅପରାଜିତ ଥିଲେ। ଜୀବନର ଶ୍ରେଷ୍ଠ ବୋଲିଂ ସଫଳତା ହାସଲକରି ବରୁଣ ଚକ୍ରବର୍ତ୍ତୀ ମାତ୍ର ୧୭ ରନ୍‌ଦେଇ ୫ଟି ୱିକେଟ୍‌ ନେଇଥିଲେ। ଟ୍ରିଷ୍ଟାନ୍ ଷ୍ଟବ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍‌ଡିଂ କରିଥିଲା। ଭାରତ ୪ ଓଭରରେ ୧୫ ରନ୍‌କରି ୩ଟି ୱିକେଟ୍‌ ହରାଇଥିଲା। ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରିଥିବା ସଞ୍ଜୁ ସାମ୍‌ସନ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ଅଭିଷେକ ଶର୍ମା ଓ ଅଧିନାୟକ ସୂର‌୍ୟ୍ୟକୁମାର ଯାଦବ ୪ ରନ୍‌ ଲେଖାଏଁ କରି ବିଦାୟ ନେଇଥିଲେ। ପରବର୍ତ୍ତୀ ୪ ଓଭରରେ ତିଳକ ବର୍ମା ଓ ଅକ୍ଷର ପଟେଲ ୩୦ ରନ୍‌ ଯୋଡ଼ିଥିଲେ। ତିଳକ ବର୍ମା ୨୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ଅକ୍ଷର ୨୧ ବଲ୍‌ରୁ ୪ଟି ଚୌକା ସହ ୨୭ ରନ୍‌କରି ଆଉଟ୍‌ ହୋଇଥିଲେ। ରିଙ୍କୁ ସିଂହ ୯ ରନ୍‌ କରିଥିବା ବେଳେ ହାର୍ଦିକ ପାଣ୍ଡ୍ୟା ଶେଷ ପର‌୍ୟ୍ୟନ୍ତ ଅପରାଜିତ ଥିଲେ। ହାର୍ଦିକ ୪୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୯ ରନ୍‌କରି ଆଉଟ୍‌ ହୋଇଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ