
ଭୁବନେଶ୍ୱର : ରାଜ୍ୟରେ ବୁଧବାର ତାପମାତ୍ରା ୪୦ଡିଗ୍ରୀ ନିକଟବର୍ତ୍ତୀ ହୋଇଛି । ତେବେ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ହିଟ ୱେଭ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଉଛି । ସେହି ଜିଲ୍ଲାଗୁଡିକ ମଧ୍ୟରେ ସୋନପୁର, ବଲାଙ୍ଗୀର, ବୌଦ୍ଧ, ମଳାହାଣ୍ଡି, ସମ୍ବଲପୁର ଆଦି ରହିଛି । ୩୧ତାରିଖ ପରଠାରୁ କାଳବୈଶାଖୀ ସମ୍ଭାବନା ରହିଛି । ବୁଧବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ କେନ୍ଦୁଝରଗଡ଼ ଓ ଝାରସୁଗୁଡାରେ ୩୯.୫ ଡିଗ୍ରୀ, ହୀରାକୁଦ ଓ ବଲାଙ୍ଗୀରରେ ୩୯.୦ଡିଗ୍ରୀ ଏବଂ ସମ୍ବଲପୁରରେ ୩୯ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।







