ଭୁବନେଶ୍ୱର : ମହିଳା କମିଶନର ଅଧ୍ୟକ୍ଷା ମୀନତି ବେହେରାଙ୍କୁ ସରକାର ପଦଚ୍ୟୁତ କରାଇଛନ୍ତି । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଅକ୍ଟୋବର ୨୩ରେ ମୀନତିଙ୍କ ସହ ଅନ୍ୟ ସଦସ୍ୟମାନଙ୍କୁ ବରଖାସ୍ତ କରାଗଲା ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ମୀନତିଙ୍କ ଠାରୁ ରିପୋର୍ଟ ମଧ୍ୟ ତଲବ କରାଯାଇଥିଲା । ହେଲେ ମୀନତି କିନ୍ତୁ ହଟିନଥିଲେ । ନିକଟରେ କଟକ ଗଣଦୁଷ୍କର୍ମ ମାମଲାରେ ସେ ଡିସିପିଙ୍କ ଠାରୁ ରିପୋର୍ଟ ତଲବ କରିବା ସହ କମିଶନ ପକ୍ଷରୁ ଟିମ୍ ଗଠନ କରି ତଦନ୍ତ କରିଥିଲେ । ଏନେଇ ସେ ଗଣମାଧ୍ୟମକୁ କହିବା ପରେ ମୀନତି ଏବେ ମହିଳା କମିଶନ ଅଧ୍ୟକ୍ଷା ଅଛନ୍ତି କି ବୋଲି ପ୍ରଶ୍ନ ଉଠିଥିଲା । ଏନେଇ ଖୋଳତାଡ଼ ପରେ ମୀନତିଙ୍କୁ ପଦଚ୍ୟୁତ କରାଯାଇଛି ।
ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…







