
ସୁନ୍ଦରଗଡ଼: ବେଆଇନ ଖଣିର ତଦନ୍ତ କରିବା ପାଇଁ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଆଜି ସୁନ୍ଦରଗଡର ତେଲେନଡିହିରେ ପହଞ୍ଚିଛି । ଖଣି ନିର୍ଦ୍ଦେଶକ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ପଠାଇଥିବାବେଳେ ସୁନ୍ଦରଗଡ ଜିଲ୍ଲାର ଏମସିଏଲ କ୍ଷେତ୍ର ଅଧୀନ ତେଲେନଡିହି, ରତନସରା, ଜାମକାନି, ଭୋଗ୍ରାକଛାର ଜଙ୍ଗଲରେ ଠାବ ହୋଇଥିବା ଚୋରା କୋଇଲା ଖଣି ମାମଲାର ତଦନ୍ତ ଆରମ୍ଭ କରାଯାଇଛି । ୯ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିବାବେଳେ ଟିମ୍ରେ ୩ ଜଣ ଖଣି ଉପନିର୍ଦ୍ଦେଶକ ପବିତ୍ର କୁମାର ସାହୁ, ବିଶ୍ବରଞ୍ଜନ ସେଠୀ, ସନ୍ତୋଷ କୁମାର ସାହୁ ଓ କନିଷ୍ଠ ଖଣି ଅଧିକାରୀ ବାସୁଦେବ ଟୁଡୁ ସମେତ ୪ ପୁଲିସ ଅଧିକାରୀ ସାମିଲ ରହିଛନ୍ତି । ସାଙ୍ଗରେ ହେମଗିରି ତହସିଲଦାର ସାରିକାରାଣୀ ଧମେଲ, ଆରଆଇ ,ବନବିଭାଗ ରେଞ୍ଜ ଅଫିସର ଅଛନ୍ତି।




