ରେଳ ଟ୍ରାକ୍‌ରୁ ମୃତଦେହ ଠାବ

କାମାକ୍ଷାନଗର : ଟ୍ରେନ୍‌ ଲାଇନ୍‌ରୁ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଗେଙ୍ଗୁଟିଆ ଗାଁ ନିକଟ ରେଳ ଟ୍ରାକ୍‌ରୁ ମିଳିଛି ମୃତଦେହ । ମୃତକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସାହିର ରସାନନ୍ଦ ପତି । କାମାକ୍ଷାନଗର ଅନନ୍ତପୁର ସାହି ସ୍ଥିତ ରାମ ମନ୍ଦିରର ପୂଜକ ଥିଲେ ରସାନନ୍ଦ ପତି । ଖବର ଅନୁଯାୟୀ, ଗତ ୧୪ ତାରିଖ ଦିନ ୨ଟାରୁ ଘରୁ ଆସି ଆଉ ଫେରିନଥିଲେ ରସାନନ୍ଦ । ଶେଷରେ ଗେଙ୍ଗୁଟିଆ ଗାଁ ନିକଟ ରେଳ ଟ୍ରାକ୍‌ରୁ ରସାନନ୍ଦଙ୍କ ମୃତଦେହ ମିଳିଛି । ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି । ଯେଉଁଥିରେ ସେ ଲେଖିଛନ୍ତି ଯେ, ପ୍ରାୟ ୧୦ ବର୍ଷ ହେବ ହୃଦଘାତ ଜନିତ ରୋଗରେ ପୀଡିତ ଥିଲେ । ଏପିରିକି ବହୁ ଧାର କରଜ କରି ୪ ଥର ହାର୍ଟ ଅପରେସନ ହୋଇଛି । ଏପିରିକ ଗତ ୧୦ ମାସ ହେବ ମୋ ଦେହ ବହୁତ ଖରାପ ରହୁଛି । ଯେତେ ଔଷଧ ଖାଇଲେ ମଧ୍ୟ ଭଲ ହେଉନାହିଁ । ମୋ ପାଖରେ ଆଉ ପଇସା ନାହିଁ ଔଷଧ ଖାଇବାକୁ । ରୋଗଯନ୍ତ୍ରଣା ଆଉ ସହି ହେଉନାହିଁ । ଶେଷରେ ମୁଁ ଆତ୍ମହତ୍ୟା କରୁଛି । ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି । ମୋ କେବଳ ଗୋଟିଏ ଇଛା ଅଛି, ମୋ ମୃତ୍ୟୁ ପରେ ମୋ ଶରୀରକୁ ବଡ଼ମେଡିକାଲକୁ ଦାନ କରିବେ ।
ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ସୁଇସାଇଡ୍‌ ନୋଟକୁ ମଧ୍ୟ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ