ଝାରସୁଗୁଡା: ଟ୍ରେଡିଂ ସାଜିଲା କାଳ। ଦୁଇପଇସା ରୋଜଗାର କରିବା ପାଇଁ କରୁଥିଲେ ଟ୍ରେଡିଂ ହେଲେ ଏଇ ଖେଳ ନେଇଗଲା ତାଙ୍କ ଜୀବନ। ଆଜ୍ଞା ହଁ ଟ୍ରେଡିଂରେ ପଇସା ହାରି ଆତ୍ମହତ୍ୟା କରିଛନ୍ତି କେନ୍ଦ୍ରାପଡାର ଯୁବକ ଅଚ୍ୟୁତାନନ୍ଦ ସାହୁ। ସେ ଝାରସୁଗୁଡ଼ା ଠାରେ ଥିବା ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବୟସ ୩୧। ଘର କେନ୍ଦ୍ରାପଡା ଓରାଡି ଲଙ୍କାପଡ଼ାରେ। ଋଣ ବୋଝ ସହିନପାରି ସେ ଆତ୍ମହତ୍ୟା କରିଥିବା ସୂଚନା। ଆତ୍ମହତ୍ୟା ପୂର୍ବରୁ ବାପା ଓ ମାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଆକୁଳ ଚିଠି।
ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…




