୭ ବର୍ଷ ବୟସର ଶିଶୁକନ୍ୟାକୁ ଦୁଷ୍କର୍ମ

ହିନ୍ଦୋଳ: ଲୋଭ ଦେଖାଇ ନିଷ୍ପାପ ଶିଶୁକନ୍ୟାକୁ ଜଣେ କାମୁକ ପୁରୁଷ ଘୃଣ୍ୟ କାମ କରିଛି। ମିଠାମିଠା କଥା କହି ନିଜର ଜାଲରେ ଫସାଇ ସରଳ ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ କରିଛି। ଦୁଷ୍କର୍ମ ଘଟଣାର ଶିକାର ହେଲା ପରେ ନାବାଳିକା ଚିତ୍କାର କରି କାନ୍ଦୁଥିବା ବେଳେ ଅଭିଯୁକ୍ତ ଯୁବକ ପରିତ୍ୟକ୍ତ ଅବସ୍ଥାରେ ବିଲରେ ଛାଡ଼ି ଦେଇ ଫେରାର ହୋଇଯାଇଛି। ‌ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ରବିବାର ସକାଳୁ ଏହା ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ସୂଚନା ଅନୁସାରେ ହିନ୍ଦୋଳ ଅଞ୍ଚଳର ଏକ ଅନୁସୂଚିତ ଜନଜାତି ସଂପ୍ରଦାୟର ଦଂପତି ସ୍ଥାନୀୟ ଅଞ୍ଚଳରେ ଦିନମଜୁରିଆ କାମ କରି ପରିବାର ପୋଷନ୍ତି। ଗତକାଲି ବାପା-ମା’ ଅନ୍ୟଦିନ ଭଳି କାମକୁ ଯାଇଥିବା ବେଳେ ୭ବର୍ଷ ବୟସର ନିଷ୍ପାପ ଶିଶୁକନ୍ୟାକୁ ଅଭିଯୁକ୍ତ ଯୁବକ ଲୋଭ ଦେଖାଇ ଡାକି ନେଇଥିଲା। ନିର୍ଜନ ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ କରି ଶେଷରେ ବିଲ ଭିତରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲା। ପରିବାର ଲୋକେ ଗାଁ ଲୋକଙ୍କର ଠାରୁ ସୂଚନା ପାଇ ନାବାଳିକାକୁ ଉଦ୍ଧାର କରିଥିଲେ।

  • Related Posts

    ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲେ

    ହିଞ୍ଜିଳିକାଟୁ: ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଖଣ୍ଡର ଛକରେ ଘଟିଛି ଅଭାବନୀୟ ଘଟଣା ଗୁରୁତର ଯୁବକ ହେଲେ ଉଦ୍ଧବ ପାଢୀ। ଉଦ୍ଧବ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଲିଫ୍ଟ ମାଗିଥିଲେ।…

    Continue reading
    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ