ତତ୍କାଳୀନ ଜିଲାପାଳ ମନୀଷଙ୍କ ଅଗ୍ରୱାଲଙ୍କ ଆଗୁଆ ଜାମିନ୍‌‌ ଆବେଦନ ଖାରଜ

କଟକ : ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଆଗୁଆ ଜାମିନ୍‌‌ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହି ଜାମିନ ଆବେଦନ ଖାରଜ ହୋଇଯିବା ଫଳରେ ମନୀଷ ଅଗ୍ରୱାଲଙ୍କ ଗିରଫଦାରୀ ଆଶଙ୍କା ବଢିଛି। ମନୀଷ ଅଗ୍ରୱାଲଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତଥା ଡାଟା ଏଣ୍ଟ୍ରି ଅପରେଟର ଭି. ବେଣୁଗୋପାଳ ଏବଂ ବ୍ୟକ୍ତିଗତ ସହାୟକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଙ୍କର ମଧ୍ୟ ଆଗୁଆ ଜାମିନ୍‌‌ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଭଗବାନ ପାଣିଗ୍ରାହୀ (ଷ୍ଟେନୋଗ୍ରାଫର) ମଧ୍ୟ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟକୁ ଆସିଥିଲେ। ତାଙ୍କୁ ୬୫ ବର୍ଷ ହୋଇଥିଲାବେଳେ ସେ କ୍ୟାନସରରେ ଆକ୍ରାନ୍ତ ଏବଂ ତାଙ୍କ ପତ୍ନୀ ମାନସିକ ରୋଗରେ ପୀଡ଼ିତ ବୋଲି ଅଦାଲତଙ୍କୁ ଅବଗତ କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ଆବେଦନକାରୀଙ୍କୁ ତିନି ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମ ସମପର୍ଣ କରି ଜାମିନ ପାଇଁ ଆବେଦନ କରିବାକୁ କହିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ୟ୍ୟ କରିବା ସହ ତାଙ୍କୁ ଜାମିନରେ ଛାଡ଼ିପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ବିଚାରପତି ଭି. ନରସିଂହ ଶୁକ୍ରବାର ଆଗୁଆ ଜାମିନ ମାମଲାର ରାୟ ପ୍ରକାଶ କରି ଏହି ନିର୍ଦେଶ ଦେଇଛନ୍ତି । ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଭାବେ ଦେବ ନାରାୟଣ ପଣ୍ଡା କାର୍ୟ୍ୟ କରୁଥିଲେ। ୨୦୧୯ ମେ’ ୨୭ରେ ସେ ହଠାତ୍‌‌ ନିଖୋଜ ହୋଇଯାଇଥିଲେ। ଏ ନେଇ ଥାନାରେ ପ୍ରଥମେ ମାମଲା ରୁଜୁ ହୋଇଥିଲା। ଦୁଇ ଦିନ ପ​ରେ ​ ଦେବ ନାରାୟଣ ପଣ୍ଡାଙ୍କ ଶବ ସତୀଗୁଡ଼ା ଡ୍ୟାମ୍‌‌ ନିକଟରୁ ମିଳିଥିଲା।

  • Related Posts

    ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ

    ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ…

    Continue reading
    ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

    ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ । ବଦଳିଲା ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କୁ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ