ଭଦ୍ରକ: ଭଦ୍ରକରେ ଗୋ ଚାଲାଣ ରୋକିବା ପାଇଁ ପୋଲିସ କଡା ପଦକ୍ଷେପ ନେଉଥିବାରୁ ଗୋ ମାଫିଆ ମାନେ ଅଭିନ ଉପାୟରେ କରୁଛନ୍ତି ଗୋଚାଲାଣ ।ରବିବାର ଭୋର ସମୟରେ ଗୋ ଚାଲାଣ ହେଉଥିବା ଏକ ଆମ୍ବୁଲାନ୍ସକୁ ଜବତ କରିଛି ପୁରୁଣାବଜ଼ାର ପୋଲିସ । ରାତ୍ର ପାଟ୍ରୋଲିଂ ବେଳେ ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲା। ଆମ୍ବୁଲାନ୍ସ ନଅଟକିବାରୁ ପୋଲିସ ସନ୍ଦେହ କରି ପିଛା କରିଥିଲା। ଫଳରେ ଚାଳକ ଗାଡି ରାସ୍ତାରେ ରଖି ଫେରାର ହୋଇଯାଇଥିଲା। ଆମ୍ବୁଲାନ୍ସ ଭିତରେ ୪ ଟି ଗୋରୁ ଥିବା ଜଣାପଡିଥିଲା । ପୋଲିସ ଆମ୍ବୁଲାନ୍ସ କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛ।
ତାମିଲନାଡ଼ୁରେ ୫ ଓଡ଼ିଆ ମୃତ
ଭୁବନେଶ୍ୱର: ତାମିଲନାଡ଼ୁ ଗ୍ୟାସ ଟ୍ରାଜେଡିରେ ୨ ନୁହେଁ ମୋଟ ୫ ଜଣ ଓଡ଼ିଆଙ୍କ ମୃତୁ୍ୟ ହୋଇଛି । ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏନେଇ ସୋମବାର ସୂଚନା ଦେଇଛନ୍ତି । ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ନେଇ…


