ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ

ଭୁବନେଶ୍ୱର : ସାରା ଦେଶରେ ନିଟ୍‌-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଛି । ଦେଶରେ ୫୪୫୩ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଦେଶ ବାହାରେ ୧୩ଟି ସହରରେ ପରୀକ୍ଷା ହୋଇଛି । ଦେଶରେ ୨୦.୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅନ୍ୟପଟେ ଓଡ଼ିଶାର ୨୬ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା । ଭୁବନେଶ୍ୱରରେ କେବଳ ୩୨ଟି । ଓଡ଼ିଶାରୁ ପ୍ରାୟ ୧ ଲକ୍ଷ ପିଲା ପରୀକ୍ଷା ଦେଇଛନ୍ତି । ସାରା ଦେଶରେ ନିଟ୍‌-ୟୁଜି ପରୀକ୍ଷା ପାଇଁ ୨୨.୭ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ଅପରାହ୍ନ ୨ଟାରୁ ୫ଟା ଯାଏ ପରୀକ୍ଷା ହୋଇଥିଲା ।

ଶେଷ ୩ ବର୍ଷ ହେଲା ନିଟ୍‌-ୟୁଜି ପଢ଼ିବା ପାଇଁ ୨୦ ଲକ୍ଷରୁ ଅଧିକ ପିଲା ପଞ୍ଜୀକରଣ କରୁଛନ୍ତି । ଗତବର୍ଷ ୨୪ ଲକ୍ଷ, ୨୦୨୩ରେ ୨୦ ଲକ୍ଷ ୮୭ ହଜାର, ୨୦୨୨ରେ ୧୮ ଲକ୍ଷ ୭୨ ହଜାର, ୨୦୨୧ରେ ୧୬ ଲକ୍ଷ ୧୪ ହଜାର ଏବଂ ୨୦୨୦ରେ ୧୫ ଲକ୍ଷ ୯୭ ହଜାର ପିଲା ପରୀକ୍ଷା ଦେଇଥିଲେ । ମେଡିକାଲ୍‌ ନାମଲେଖା ପାଇଁ ସିଟ୍‌ କରାଇ ଦେବା, ପରୀକ୍ଷା ହଲ୍‌ରେ ପରୀକ୍ଷାର୍ଥୀ ପାଇଁ ପରୀକ୍ଷା ଦେବା, ପ୍ରଶ୍ନପତ୍ର ଆଗୁଆ ଦେବା ଭଳି ପ୍ରଲୋଭନ ଦେଖାଇ ଦଲାଲ ମାନେ ବିଦ୍ୟାର୍ଥୀଙ୍କଠାରୁ ଟଙ୍କା ଆଦାୟ କରୁଥିବାର ଅଭିଯୋଗ ହୋଇଥିଲା । ପୁଲିସ ଚଢ଼ାଉ କରି ଦଲାଲଙ୍କୁ ଗିରଫ କରିଥିଲା । ତେଣୁ ନିଟ୍‌-ୟୁଜି ପରୀକ୍ଷାର୍ଥୀ ମାନେ କୌଣସି ଦଲାଲଙ୍କ ପ୍ରଲୋଭନର ଶିକାର ନହୋଇ କୌଣସି ଟଙ୍କା କାରବାର ନକରିବାକୁ ପରାମର୍ଶ ଦେଇଥିଲା ଏନ୍‌ଟିଏ ।

  • Related Posts

    ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ

    ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ…

    Continue reading
    ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

    ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ । ବଦଳିଲା ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କୁ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ