ବେଦାନ୍ତ ନେଇଥିବା ଜମି ଫେରି ପାଇବେ ଚାଷୀ : ରାଜସ୍ବ ମନ୍ତ୍ରୀ

ପୁରୀରେ ବିଶ୍ବବିଦ୍ୟାଳୟ ପାଇଁ ବେଦାନ୍ତ ନେଇଥିବା ଜମି ଫେରିପାଇବେ ଚାଷୀ । ଦିନେ ଦୁଇ ଦିନ ଭିତରେ ଚାଷୀ ମାନଙ୍କୁ ସେମାନଙ୍କ ଜମି ଫେରାଇ ଦିଆଯିବ । ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ୨୦୦୬ ମସିହା ଜୁଲାଇ ୧୯ ତାରିଖରେ ବେଦାନ୍ତ ଫାଉଣ୍ଡେସନ ସାଙ୍ଗରେ ଚୁକ୍ତିନାମା କରିଥିଲେ ତତ୍କାଳୀନ ରାଜ୍ୟ ସରକାର ।

ବେଦାନ୍ତ ଭିନ୍ନ ଭିନ୍ନ ସମୟରେ କେଉଁ ନାଁରେ ଜମି ଅଧିଗ୍ରହଣ ହେବ, କେଉଁ ନାଁରେ ବିଶ୍ଵବିଦ୍ୟାଳୟ ହେବ ନାଁ ପରିବର୍ତ୍ତନ କରିଥିଲା । ଏମଓୟୁ ହେବା ପରେ ତିନିଥର ନାଁ ପରିବର୍ତ୍ତନ ହୋଇଥିଲା । ୨୨ ଗାଁର ଲୋକେ ବାସଚ୍ୟୁତ ହୋଇଥିଲେ । ୪ ହଜାର ଶହେ ୭୮.୮୪ ଏକର ଘରୋଇ ଜମି ଦିଆଯାଇଥିଲା । ବାସଚ୍ୟୁତ ଲୋକଙ୍କ ମଧ୍ୟରୁ ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ୨୦୨୩ ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରି ସମସ୍ତଙ୍କ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାକୁ ବିରୋଧ କରି ବେଦାନ୍ତ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାୟମ ରଖିଥିଲେ । କାଗଜପତ୍ରରେ ଆଦେଶ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଦୁଇ ଦିନ ଭିତରେ ସରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Related Posts

ସାମ୍ବାଦିକ ପ୍ରତାପ କିଶୋର ନାୟକଙ୍କ ପରଲୋକ

ଦେବଗଡ଼:ନକ୍ଷତ୍ରନ୍ୟୁଜ ଦେବଗଡ଼ ଜିଲ୍ଲା ପ୍ରତିନିଧି ପ୍ରତାପ କିଶୋର ନାୟକଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି।ସ୍ବର୍ଗତ ନାୟକ ବେଶ କିଛି ଦିନ ହେବ ଅସୁସ୍ଥ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତ୍ୟୁ ଶର୍ଯ୍ୟା ନିକଟରରେ ତାଙ୍କ ପରିବାରର ସମସ୍ତ ସଦସ୍ୟ…

Continue reading
‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ,ପରିଚ୍ଛନ୍ନତା ସହ ସୌରଶକ୍ତି ଯୋଜନା ଉପରେ ସଚେତନତା

ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡରେ କ୍ରମାଗତ ୬ଦିନ ଧରି ଏହି ଅଭିଯାନ ଚାଲିବ। ଏହା ଅନ୍ତର୍ଗତ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ