ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆଉ ଜଣେ ସନ୍ଦିଗ୍ଧ ଅଟକ

ନୂଆଦିଲ୍ଲୀ: ସୈଫ୍‌ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆଉ ଜଣେ ସନ୍ଦିଗ୍ଧ ଅଟକ । ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା ମିଳିଛି । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଏହି ସନ୍ଦିଗ୍ଧକୁ ଧରିଛି ରେଲୱେ ପୋଲିସ । ସନ୍ଦିଗ୍ଧ ଜଣକ ଜ୍ଞାନଶ୍ବେରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଖବର ପାଇ ସ୍ଥାନୀୟ ପୋଲିସର ସହାୟତାରେ ତାକୁ ଟ୍ରେନରୁ ଓହ୍ଲାଇଦିଆଯାଇଥିଲା। ବର୍ତ୍ତମାନ ତାକୁ ହେପାଜତରେ ରଖି ପୋଲିସ ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଗତ ୧୫ତାରିଖ ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ୍‌ ଅଲୀ ଖାନଙ୍କ ମୁମ୍ବାଇ ସ୍ଥିତ ଘରେ ପଶି ସୈଫ୍‌ଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୁତ୍ତ । ଏହି ଆକ୍ରମଣରେ ଅଭିନେତା ସୈଫ୍‌ ଅଲୀ ଖାନ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସୈଫଙ୍କ ମେରୁ ହାଡ଼ରୁ ନିକଟରୁ ଛୁରୀର ଏକ ଅଂଶ ମଧ୍ୟ କଢ଼ାଯାଇଛି। ଦୁଇଟି ସର୍ଜରୀ ପରେ ଅଭିନେତା ଏବେ ବିପଦମୁକ୍ତ ଅଛନ୍ତି।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ