arrested ଡାକ୍ତରଖାନାରୁ ଫେରାର କଏଦୀ ଗିରଫ

ସୁନ୍ଦରଗଡ଼ : ଡାକ୍ତରଖାନାରୁ ଫେରାର କଏଦୀ ଗିରଫ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ୨୫ ତାରିଖ ରାତିରେ ଫେରାର ହୋଇଯାଇଥିବା ବିଚାରାଧୀନ କଏଦୀ ଟେକଚାନ୍ଦ ବେହେରା (୨୪) ଙ୍କୁ ୫ ଦିନ ପରେ ପୁଲିସ୍ ଧରିବାରେ ସଫଳ ହୋଇଛି । ସେ ଗାଁ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ । ଟେକଚାନ୍ଦ ପତ୍ନୀଙ୍କ ସହ ଉକ୍ତ ଜଙ୍ଗଲରେ ଲୁଚି ରହିଥିଲେ । ପତ୍ନୀ ନିଜ ଘରକୁ ଲୁଚି ଲୁଚି ଯାଇ ଟେକଚାନ୍ଦଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଆଣି ଦେଉଥିଲେ । ପତ୍ନୀଙ୍କ ଉପରେ ପୁଲିସ୍ ନଜର ରଖିଥିଲା । ମହିଳା ଜଣକ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ଓ ତଦନ୍ତକାରୀ ଅଧିକାରୀ ଭାଗୀରଥି ଜେନା ସଦଳବଳ ଜଙ୍ଗଲରେ ଚଢଉ କରି ଟେକଚାନ୍ଦଙ୍କୁ ଧରିଥିଲେ । ଟେକଚାନ୍ଦ ଫେରାର ହେବା ନେଇ ପୁଲିସ୍ ପକ୍ଷରୁ ଏକ ମାମଲା କରାଯାଇଛି ।
ସୂଚନାଯୋଗ୍ୟ, ୨ ୦ ୨ ୫ ଡିସେମ୍ବର ୨୪ ତାରିଖ ସନ୍ଧ୍ୟାରେ ରୂପାବାହାଲ ଗ୍ରାମରେ ଘଟି ଯାଇଥିବା ବିଶାଲ କାଲୋ ହତ୍ୟା ଘଟଣାରେ ପୁଲିସ ଟେକଚାନ୍ଦଙ୍କୁ ଧରିଥିଲା । ଥାନା ରେ ପଚରାଉଚରା ପରେ ୨ ଦିନ ପରେ ଅର୍ଥାତ୍ ୨୬ ତାରିଖରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନ ମିଳିବାରୁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ । ସୋମବାର ପୂର୍ବାହ୍ନରେ ସେ କାରାଗାରର ଶୌଚାଳୟକୁ ଯାଇଥିବା ବେଳେ ସେଠାରେ ପଡ଼ି ଯାଇଥିଲେ । ଏଥିରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଜେଲରେ କାର୍ଯ୍ୟରତ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ଜେଲ କର୍ତୃପକ୍ଷ ଅପରାହ୍ଣ ଦେଢ଼ଟା ସମୟରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାର ସର୍ଜରୀ ୱାର୍ଡରେ କଡ଼ା ସୁରକ୍ଷା ବଳରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ରାତି ପ୍ରାୟ ୮ଟା ୫୬ରେ ସେ ପରିସ୍ରା ଯିବା ବାହାନାରେ ଚମ୍ପଟ ମାରିଥିଲେ ।
ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ତାଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ । ଏ ନେଇ ଜେଲ ଅଧୀକ୍ଷକ ଜୀବନସିଂ ମୁଣ୍ଡା ରାତି ପ୍ରାୟ ୧୨ଟାରେ ଟାଉନ ଥାନାରେ ଏତଲା ଦେଇଥିଲେ । କାର୍ଯ୍ୟରେ ଅବହେଳା କରିଥିବା ନେଇ ଜେଲ ଅଧୀକ୍ଷକ ଶ୍ରୀ ମୁଣ୍ଡା ଡାକ୍ତରଖାନାରେ ୱାର୍ଡର ସୌମ୍ୟରଞନ କର୍ଣ୍ଣଙ୍କୁ ନିଲମ୍ବିତ କରିଥିଲେ ।

  • Related Posts

    HIRAKUD DAM ହୀରାକୁଦ:୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍‌ରେ ସ୍ଥିର ରହିଛି।ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୩୬…

    Continue reading
    BMC ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍

    ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସରେ BMCର ବଡ଼ ଘୋଷଣା। ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍। ସ୍ମାର୍ଟ ଓ ସ୍ୱଚ୍ଛ ଭୁବନେଶ୍ୱର ପାଇଁ ହୋଇଛି ବଡ଼ ଯୋଜନା। ଆଜି ସ୍ୱାୟତ୍ତ ଶାସନ ଦିବସରେ ଏଭଳି ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ