bjd target bjp ଓଡିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି: ବିଜେଡି

ଭୁବନେଶ୍ୱର: ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି । ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା ଓଡିଶାବାସୀଙ୍କ ହକ୍କୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଖଣି ମାଲିକଙ୍କ ଏଜେଣ୍ଟ ପରି କାମ କରୁଥିବାରୁ ଡବଲ ଇଞ୍ଜିନ ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି ।
ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି । ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ଖଣି ଗୁଡ଼ିକ ନିଜ ଅଧିନକୁ ନେଇଯାଇଛନ୍ତି । ଏହି ଆକ୍ଟ ଯୋଗୁଁ ବାର୍ଷିକ ୧୨,୦୦୦ କୋଟିର ରାଜସ୍ୱ ହରାଇବା ସହ ୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବକେୟା ଟିକସ ହରାଇବ ଓଡ଼ିଶା । ଏହି ଆକ୍ଟ ଦ୍ୱାରା ଓଡ଼ିଶା କ୍ଷତି ସହିବ ଜାଣି ମଧ୍ୟ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦଳୀୟ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଭୁଲିଯାଇ ରାଜ୍ୟ ସରକାର ପାଟି ଖୋଲିଲେ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ହକ୍ ପାଇଁ ପୂର୍ବରୁ ଅନେକ ଆଇନଗତ ଲଢେଇ କରିଛନ୍ତି । କିନ୍ତୁ ବିଜେପି ସରକାର ତାହା କରିବା ପାଇଁ ସାହାସ ଜୁଟାଇ ପାରୁନାହିଁ । ବିଜେଡି ଶାସନ ସମୟରେ ୨୦୨୧ରୁ ୨୦୨୩ ମଧ୍ୟରେ ବକେୟା ୨୨,୦୦୦ କୋଟି ଟଙ୍କାର ଟିକସ ପାଇଁ ଖଣି ମାଲିକ ମାନଙ୍କୁ ନୋଟିସ କରାଯାଇ ୧୬,୦୦୦ କୋଟି ଟଙ୍କା ଆଦାୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହା ନକରି କେବଳ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକୁ ଅନୁପାଳନ କରୁଛନ୍ତି । ପଡ଼ୋଶୀ ଝାଡ଼ଖଣ୍ଡ ସରକାର ୪୨,୦୦୦ କୋଟି ଟଙ୍କାର ବକେୟା ଖଣି ଟିକସ ଆଦାୟ କରିଛନ୍ତି । ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ? ଡବଲ ଇଞ୍ଜିନ ସରକାର ଉକ୍ତ କଳା ଆଇନ ରଦ୍ଦ ନ କଲେ ଏହା ବିରୁଦ୍ଧରେ ବିଜେଡ଼ିର ଲଢେଇ ଜାରି ରହିବ ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦକୁ ଡବଲ ଇଞ୍ଜିନ ସରକାର ବାରମ୍ବାର ଲୁଟିବାରେ ଲାଗିଛି । ବିଜେପିର ୨୦ ଲୋକସଭା ଓ ୫ ଜଣ ରାଜ୍ୟସଭା ସାଂସଦ ଏହି ବିଲ୍ ପାରିତ ବେଳେ ପାଟି ଖୋଲିଲେ ନାହିଁ । କୌଣସି କ୍ଷେତ୍ରରେ ଶ୍ରେୟ ନେବାକୁ ହେଲେ ବିଜେପି ସରକାର ଆଗକୁ ଆସୁଥିବା ବେଳେ ଉକ୍ତ କଳା ଆଇନ ବାବଦରେ ଚୁପ ବସିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀତା ପାଇଁ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହୋଇଛି, କିନ୍ତୁ ବିଜେପି ତାହାକୁ ନଷ୍ଟ କରିବାରେ ଲାଗିଛି । ଏହି କଳା ଆଇନ ଯୋଗୁଁ ରାଜ୍ୟର ଏତେ ବଡ କ୍ଷତି ହେଉଥିବା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ? ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି ବୋଲି ମତପ୍ରକାଶ କରିଥିଲେ । ରାଜ୍ୟ ମାନେ ଖଣିଜ ପଦାର୍ଥ ଉପରୁ ଲେଭି ଓ ଟ୍ୟାକ୍ସ ଆଦାୟ କରିପାରିବେ । କିନ୍ତୁ କେନ୍ଦ୍ର ସରକାର ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ବଳରେ ରାଜ୍ୟ ହକକୁ ଛଡ଼ାଇ ନେଇଛନ୍ତି । କେନ୍ଦ୍ର ସରକାର ବିନା ଆଲୋଚନାରେ ସଂସଦରେ ଏହି ବିଲ୍କୁ ପାରିତ କରାଇଛନ୍ତି । ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ରାଜସ୍ୱ ରାଜ୍ୟର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏମଏମଡିଆର ଆମେଣ୍ଡେମେଣ୍ଟ ଆକ୍ଟ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିନେବାକୁ ବସିଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶାର ଶତ୍ରୁ ସାଜିଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି ମାଲିକଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ବିଜେଡିର ଲଢ଼େଇ ଆଗକୁ ଆହୁରି ତୀବ୍ରତର ହେବ ।

  • Related Posts

    congress ଓଡ଼ିଶା ଅସ୍ମିତା କଥା କହୁଥିବା ରାଜନୈତିକ ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଆଗଭର ହୁଅନ୍ତୁ:କଂଗ୍ରେସ

    ଭୁବନେଶ୍ୱର : ଓଡିଶା ଅସ୍ମିତାକୁ ଗୁରୁତ୍ୱ ଦେଉଥିବା ବିଜେପି ଖଣି ଅଧିନିୟମ ସଂଶୋଧନ ଆଇନ ଓଡ଼ିଆ ସ୍ୱାର୍ଥ ବିରୋଧି ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସଂସଦ ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀମାନେ ଏହି ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଠାରେ ଦାବୀ କରିବା…

    Continue reading
    MMDR Amendment Act ୨୯ରେ ଓଡ଼ିଶା ବିଧାନସଭା ଘେରାଉ କରିବ ଇଣ୍ଡିଆ ବ୍ଲକ୍‌

    ଭୁବନେଶ୍ବର: ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ ପୁଣି ତୀବ୍ର ହେଉଛି ରାଜନୈତିକ ଲଢ଼େଇ । ଏମ୍‌ଏମ୍‌ଡିଆର୍ ସଂଶୋଧନ ଆଇନ (MMDR Amendment Act) ୨୦୨୬କୁ ରଦ୍ଦ କରିବା ଦାବିରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଘୋଷଣା କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ