bjd target bjp ମନ୍ତ୍ରୀଙ୍କ ଛତ୍ରଛାୟାରେ ଗଂଜାମରେ ବୃଦ୍ଧି ପାଉଛି ଗୁଣ୍ଡାରାଜ: ବିଜେଡି

ଭୁବନେଶ୍ୱର: ଶିଶୁ ଶ୍ରମିକ ଉଦ୍ଧାର ଘଟଣାରେ ପୋଲିସ ଉପରେ ଆକ୍ରମଣ କରି ବିଜେପି ଯୁବମୋର୍ଚ୍ଚା ସଭାପତି ବି.ସୋମନାଥ ପାତ୍ର ଗିରଫ ହୋଇଛନ୍ତି । ମନ୍ତ୍ରୀ ବିଭୂତି ଜେନାଙ୍କ ଛତ୍ରଛାୟାରେ ଗୁଣ୍ଡାଗର୍ଦ୍ଦି ଓ ଅସାମାଜିକ କାର୍ଯ୍ୟ ଜିଲ୍ଲାରେ ବୃଦ୍ଧି ପାଉଥିଲା ବେଳେ କାହିଁକି ଶାସକ ଦଳର ଚାପରେ ବ୍ରହ୍ମପୁର ପୋଲିସ ଚେପା ହୋଇଛି ବୋଲି ପ୍ରଶ୍ନ କରିଛି ବିଜେଡି ।
ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ଯେ, ମନ୍ତ୍ରୀ ବିଭୂତି ଜେନାଙ୍କ ସଂପର୍କୀୟ ଓ ପ୍ରତିନିଧିମାନେ ଲଗାତାର ଭାବେ ଆଇନ ଉଲ୍ଲଂଘନ କରୁଛନ୍ତି ଏବଂ ବ୍ରହ୍ମପୁର ପୋଲିସ ମନ୍ତ୍ରୀଙ୍କ ଇଙ୍ଗିତରେ ଆଇନକୁ ତା’ବାଟରେ ଯିବାକୁ ଦେଉନାହାନ୍ତି । ପରିସ୍ଥିତି ଏପରି ହେଉଛି ଯେ, ଜଣେ କର୍ତ୍ତବ୍ୟରତ ପୋଲିସ ଇନିସ୍ପେକ୍ଟରଙ୍କୁ ମନ୍ତ୍ରୀଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଆକ୍ରମଣ କଲେ ମଧ୍ୟ ପୋଲିସ କୋହଳ ଦଫା ଲଗାଇ ଗିରଫ କରିଛି । ଏହା ପୂର୍ବରୁ ମନ୍ତ୍ରୀଙ୍କ ପୁତୁରା ଦୀପକ ଜେନା, ଦିନ ଦ୍ୱିପ୍ରହରରେ ଜଣେ ଆଡଭୋକେଟ ଏବଂ ତାଙ୍କ ପରିବାରକୁ ଅମାନୁସିକ ଭାବେ ଆକ୍ରମଣ କରିବା ଘଟଣାରେ ପୋଲିସ ଚାର୍ଜସିଟରୁ ତାଙ୍କ ନାଁ କାଟି ଦେଇଥିଲା । ମନ୍ତ୍ରୀଙ୍କ ଆଉ ଜଣେ ପୁତୁରା ବିଶ୍ୱଜିତ ଜେନା, ବହୁ ଚର୍ଚ୍ଚିତ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଗିରଫ ହୋଇଥିଲେ ମଧ୍ୟ, ପୋଲିସ ଅଭିଯୁକ୍ତଙ୍କ ଫଟୋ ସାର୍ବଜନୀନ କରିନଥିଲା ଏବଂ ଅଦାଲତରେ କେସ୍ ଡାଏରୀ ଦାଖଲ ନକରି ତାଙ୍କୁ ଜାମିନ ମିଳିବାରେ ସହାୟତା କରିଥିଲା । ମନ୍ତ୍ରୀ ଜେନାଙ୍କ ଆଉ ଜଣେ ପ୍ରତିନିଧି ସୁନିଲ ପାତ୍ରଙ୍କ ଘରେ ଇଡି ଚଢାଉ ହୋଇଥିଲେ ମଧ୍ୟ ମନ୍ତ୍ରୀଙ୍କ ଚାପରେ ମାମଲାକୁ ଚପାଇ ଦିଆଯାଇଛି ।
ସେହିପରି ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାରେ ବ୍ୟାପକ ମୋରମ, ବାଲି ଓ ଗୋଡିର ଚୋରା ଉତ୍ତୋଳନ ଏବଂ ଚାଲାଣ ଫଳରେ ସରକାରୀ ରାଜସ୍ୱ କ୍ଷତି ସହ ଜିଲ୍ଲାରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି । ପରିସ୍ଥିତି ଏଭଳି ହେଲାଣି ଯେ, ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସର୍ବସମ୍ମୁଖରେ ହାତ ଉଠାଇ ଆକ୍ରମଣ କରିବାରେ ପଛାଉନାହାନ୍ତି । ରକ୍ଷକ ଯଦି ଭକ୍ଷକ ସାଜେ ଲୋକେ ଗୁହାରୀ କରିବେ କାହାକୁ ବୋଲି ବିଜେଡି ପ୍ରଶ୍ନ କରିଛି । ଜିଲ୍ଲାର ଆଇନଶୃଙ୍ଖଳାକୁ ଗୁରୁତ୍ୱ ଦେଇ ପୋଲିସ ଯଦି ଚାପ ମୁକ୍ତ ହୋଇ କାର୍ଯ୍ୟ ନକରିବ ତାହା ହେଲେ ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଡ. ମହାନ୍ତି କହିଛନ୍ତି ।

  • Related Posts

    ବିଜୁ ଜନତା ଦଳର ଏସସି ସେଲ୍ ପୁନର୍ଗଠିତ

    ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି (SC) ସେଲ୍କୁ ନୂତନ ଭାବେ ପୁନର୍ଗଠିତ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଦଳର…

    Continue reading
    bjd target bjp over mmdr ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି:ବିଜେଡି

    ଭୁବନେଶ୍ୱର,: ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ସଂସଦରେ ପାରିତ ହେବା ଦ୍ୱାରା ଓଡ଼ିଶାର ବ୍ୟାପକ କ୍ଷତି ହେବ । ତେବେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ମାନେ ଏ ବାବଦରେ ସଂସଦରେ ମୁଁହ ଖୋଲିଲେ ନାହିଁ । ଏନେଇ ବିଜୁ ଜନତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ