କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା: ବିଜେଡି

କୋଟିଆ ପ୍ରସଙ୍ଗରେ ଚୁପ୍ ବସିଛନ୍ତି ଟ୍ରିପଲ ଇଞ୍ଜିନ ସରକାର
ଆନ୍ଧ୍ର ପ୍ରଦେଶ ହାତକୁ କୋଟିଆ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କୋଟିଆ ସାରା ଦେଶ ପାଇଁ ବିକାଶର ଏକ ରୋଲ ମଡେଲ ସାଜିଥିଲା
ଅଢେଇ ବର୍ଷରେ ରାଜ୍ୟ ସରକାର କୋଟିଆ ପାଇଁ କ’ଣ କରିଛନ୍ତି ?
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ କୋଟିଆ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ବିଜେଡିର ଅପିଲ

ଭୁବନେଶ୍ୱର: ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର କୋଟିଆ ପ୍ରସଙ୍ଗରେ ତିଳେ ମାତ୍ର ଆନ୍ତରିକତା ଦେଖାଉ ନାହିିଁ । ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାରରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବା ସତ୍ତ୍ୱେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି । ଏନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦକ, ପୂର୍ବତନ ସାଂସଦ ତଥା ଜାତୀୟ ମୁଖପାତ୍ର ଶ୍ରୀ ପ୍ରଦୀପ ମାଝୀ ଓ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅନେକ ଦିଗକୁ ଉଲ୍ଲେଖିତ କରୁଛି । କୋଟିଆ ପ୍ରସଙ୍ଗରେ ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଲେ ନାହିଁ । କୋଟିଆ ରାଜ୍ୟର ଭୂସ୍ୱର୍ଗ । ପର୍ଯ୍ୟଟକ ମାନଙ୍କୁ ବିମୋହିତ କରିଥାଏ । ଓଡ଼ିଶାବାସୀ କୋଟିଆ ଆମର ବୋଲି କହୁଥିବା ବେଳେ କିନ୍ତୁ ଆଜି କୋଟିଆ ଅସହାୟ ହୋଇ ପଡିଛି । ତାହାର ଦୂରାବସ୍ଥା ଦେଖିବା ପାଇଁ କେହି ବି ନାହାଁନ୍ତି । ନିର୍ବାଚନ ପୂର୍ବରୁ ଓ ପରେ ବିଜେପି ସରକାର ମାଳ ମାଳ ପ୍ରତିଶ୍ରୁତି ଦେଇଥିବା ବେଳେ ପୂରଣ କରିବାକୁ ଭୁଲି ଗଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରିଥିଲେ । ମାଆକୁ ଆମ୍ଭେ ମାନେ କେବେ ମାଉସୀ ବୋଲି ଡାକିବୁ ନାହିଁ ବୋଲି କହିଥିଲେ । ଉକ୍ରଳ ଦିବସ ମଧ୍ୟ ସେଠାରେ ପାଳନ କରିଥିଲେ । ଆମ ମା ମାଟିକୁ ଆନ୍ଧ୍ର ପ୍ରଦେଶ ହାତକୁ ଯିବାକୁ ଦେବୁନାହିଁ ବୋଲି କହିଥିଲେ । କିନ୍ତୁ ତାହା କେବଳ ଲୋକ ଦେଖାଣିଆ ଥିଲା ବୋଲି ପ୍ରମାଣିତ ହୋଇଛି । ଉକ୍ତ ପ୍ରସଙ୍ଗରେ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସମେତ କେନ୍ଦ୍ରରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ରହିଛି । ସେମାନେ ଚାହିଁ ଥିଲେ ସିଧାସଳଖ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରି ପାରିଥାନ୍ତେ । କିନ୍ତୁ ତାହା କରିଲେ ନାହିଁ । ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଦ୍ୱାରା କୋଟିଆ ପ୍ରସଙ୍ଗର ସମାଧାନ ହେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ମାଳ ମାଳ ମନ୍ତ୍ରୀ ମାନେ କୋଟିଆ ଗସ୍ତ କରି ସ୍ଥାୟୀ ସମାଧାନ କରିବେ ବୋଲି ବୟାନବାଜି କରିଥିଲେ । ତାହା ମଧ୍ୟ ପାଣିର ଗାର ସାଜିଲା । କୌଣସି ସ୍ଥାୟୀ ସମାଧାନ ହେଲା ନାହିଁ । ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀଙ୍କ ବାରମ୍ବାର କୋଟିଆ ଗସ୍ତ ହୋଇଥିଲେ ସୁଦ୍ଧା ଫଳାଫଳ ଶୂନ୍ୟ ରହିଛି । ଗତ ଅଢେଇ ବର୍ଷ ମଧ୍ୟରେ ରାଜ୍ୟ ସରକାର କୋଟିଆ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କୋଟିଆ ଦୁର୍ଗମ ଓ ଅଗମ୍ୟ ହୋଇ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବିକାଶ ମୂଳକ କାର୍ଯ୍ୟ ହୋଇଥିଲା । ସାରା ଦେଶ ପାଇଁ ବିକାଶର ଏକ ରୋଲ ମଡେଲ ସାଜିଥିଲା । ବିଦୁ୍ୟତ, ରାସ୍ତା, ବିଦ୍ୟାଳୟ, ଥାନା, ଜୀବନ ଜୀବିକା ଆଦି କରି ରୂପରେଖ ପରିବର୍ତନ କରାଇଥିଲେ । ବିଜେଡି ଶାସନ କାଳର ବିକାଶ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚିଥିଲା । କୋଟିଆ ପାଇଁ ୧୬୪କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରାଯାଇଥିଲା । କିନ୍ତୁ ବିଜେପି ସରକାରରେ ତାହା ଅବହେଳିତ ହୋଇରହିଛି । କୋଟିଆ ଓଡ଼ିଶାର ହୋଇଥିବା ବେଳେ ମାତ୍ର କୋଟିଆ ଗାଁ ଗୁଡିକ ଉପରେ ଆନ୍ଧ୍ରର ଆଖି ରହିଛି । ଗତ ଅଢେଇ ବର୍ଷରେ ବିଜେପି ସରକାର କୋଟିଆରେ ରଙ୍ଗ ମଧ୍ୟ ମାରି ନାହାଁନ୍ତି । କୋଟିଆର ଉନ୍ନତି ମୂଳକ କାର୍ଯ୍ୟ ଦୂରରେ ଥାଉ । ଆଜି କୋଟିଆ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ବିଜେପି ସରକାରଙ୍କ ଖାଲି ଭାଷଣ ବାଜି, କାମରେ ହେଲେ ଜିରୋ । ଦୁଇଟି ରାଜ୍ୟ ମଧ୍ୟରେ କୋଟିଆ ପ୍ରସଙ୍ଗରେ ବିବାଦ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବସି ରହିଛନ୍ତି । ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ, ନେତା ଆଦି ଓଡ଼ିଶା ମଧ୍ୟକୁ ପ୍ରବେଶ କରି କୋଟିଆରେ ରାଜନୈତିକ ପ୍ରଚାର କରୁଛନ୍ତି । କିନ୍ତୁ ସବୁ ଦେଖି ବିଜେପି ସରକାର ଚୁପ୍ ରହିଛନ୍ତି । ବିଜେପି ସରକାରଙ୍କ ଓଡିଆ ଅସ୍ମିତାର ଦ୍ୱାହି ଏତେ ବେଳକୁ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି । କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି ନବୁଝି ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇ ମୁମ୍ୱାଇ ପଲେଇ ଗଲେ । ଜଣେ ଉପ ଜିଲ୍ଳାପାଳ କୋଟିଆ ବିବାଦ ବୁଝିବେ । ମୁଖ୍ୟମନ୍ତ୍ରୀ ମାଟିକୁ ଭୁଲି ପାର୍ଟିକୁ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ ଧର୍ମ ପାଳନ କରନ୍ତୁ, ରାଜନୈତିକ ପଶାପାଲିରୁ ଦୂରରେ ରୁହନ୍ତୁ । ବିଜେପି ସରକାରଙ୍କ ନିଦ ନଭାଙ୍ଗିଲେ କୋଟିଆ ଆନ୍ଧ୍ର ପ୍ରଦେଶ ସରକାରଙ୍କ ହୋଇଯିବ । କୋଟିଆରେ ୯୫ ପ୍ରତିଶତ ଆଦିବାସୀ ଲୋକେ ବସବାସ କରୁଛନ୍ତି । ତାଙ୍କୁ ଆନ୍ଧ୍ର ପ୍ରଦେଶ ପଠାଇ ଦେବାକୁ ବିଜେପି ସରକାର ଚକ୍ରାନ୍ତ କରୁଛନ୍ତି କି ପ୍ରଶ୍ନ ଉଠୁଛି । କୋଟିଆକୁ ସୁରକ୍ଷିତ ରଖିବା ପାଇଁ ବିଜେଡି ସର୍ବଦା ଲଢେଇ କରି ଆସୁଛି, ଆଗକୁ ମଧ୍ୟ ଲଢେଇ ଜାରି ରଖିବ ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, କୋଟିଆ ବିବାଦକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗସ୍ତ କରିଥିଲେ । ସେଠାକାର ପ୍ରତିଟି ସ୍ଥିତି ଅନୁଧ୍ୟାନ କରିଥିଲେ । ଯାହାକୁ ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ଉପସ୍ଥାପନ କରାଯାଇଥିଲା । ରାଜ୍ୟ ସରକାର ତାହା ଜାଣି ମଧ୍ୟ ବିବାଦର ସମାଧାନ ନେଇ ମନ ନିବେଶ କରୁନାହାଁନ୍ତି । ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବା ବେଳେ କୋଟିଆ ସୀମା ବିବାଦର ପ୍ରଧାନମନ୍ତ୍ରୀ ସମାଧାନ କରି ଦେଇପାରନ୍ତେ । ଓଡିଶାବାସୀଙ୍କ ସମସ୍ୟାକୁ ପ୍ରଧାନମନ୍ତ୍ରୀ ବୁଝନ୍ତୁ, ଏଥି ସହିତ ଏହାର ସମାଧାନ କରନ୍ତୁ । ବିଜେପି ସରକାର ନିର୍ବାଚନ ସମୟରେ କୋଟିଆ ସୀମା ବିବାଦର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହାକୁ ପୂରଣ କରିବାରେ ଭୁଲି ଯାଇଛନ୍ତି । ଓଡିଶା ଓ ଆନ୍ଧ୍ର ପ୍ରଦେଶ ସହ ସମସ୍ତ ବିବାଦ ଗତ ଅଢେଇ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି । ଯାହାର କୌଣସି ସମାଧାନ ହେଲା ନାହିଁ । ଟ୍ରିପଲ ଇଞ୍ଜିନ ସରକାର ଥିବା ବେଳେ ଓଡ଼ିଶା ସରକାର ଚୁପ ହୋଇ ବସିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ସପକ୍ଷରେ କେନ୍ଦ୍ର ସରକାରଙ୍କ ସମସ୍ତ ନିଷ୍ପତ୍ତି ଯାଉଛି । କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମନ ଦେଲେ କିଛି ସମୟ ମଧ୍ୟରେ ବିବାଦ ସମଧାନ ହେବ । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି ଏନେଇ ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ ।

ଶ୍ରୀ ବକ୍ସିପାତ୍ର ଆହୁରି ମଧ୍ୟ କହିଛନ୍ତି, ଓଡିଶା ସରକାରଙ୍କ ଅବହେଳା ଯୋଗୁଁ କୋଟିଆ ସୀମା ବିବାଦର ସ୍ଥାୟୀ ସମାଧାନ ହେଉନାହିଁ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସ୍ଥାୟୀ ସମାଧାନ ନହୋଇ ଗତ ଅଢେଇ ବର୍ଷରେ ତାହା ଆହୁରି ବୃଦ୍ଧି ପାଇଛି । ବିଜେପି ସରକାରଙ୍କ ପାଇଁ ଓଡ଼ିଶାର ସ୍ୱାର୍ଥ ସାଧିତ ହେବା ବଦଳରେ ଅନେକ କ୍ଷତି ହୋଇଛି । ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାର ଏବଂ ପୋଲାଭରମ୍, କୋଟିଆ, ବଂଶଧାରା ଆଦି ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ ମତ ପୋଷଣ କରୁଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ଅପଚେଷ୍ଟା କରୁଥିବା ବେଳେ ଓଡ଼ିଶା ସରକାର ଚୁପ୍ ହୋଇ ବସିଛନ୍ତି । ଇତି ମଧ୍ୟରେ କେନ୍ଦ୍ର ସରକାର ଉକ୍ତ ପ୍ରସଙ୍ଗରେ ଜାଣି ଶୁଣି ହସ୍ତକ୍ଷେପ ନକରି ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି । ବିଜେପି ସରକାର ଓଡ଼ିଶାରେ ଆସିଲେ ସବୁ ସମସ୍ୟାର ସମାଧାନ କରିଦେବା ବୋଲି ନିର୍ବାଚନ ସମୟରେ ବିଜେପି ପ୍ରତିଶୃତି ଦେଇଥିଲା । କିନ୍ତୁ ତାହାକୁ ପୂରଣ କରିଲା ନାହିଁ । ଓଡିଶା ଓ ଆନ୍ଧ୍ର ପ୍ରଦେଶ ଆନ୍ତ ରାଜ୍ୟ ସୀମା ବିବାଦରେ ବିଜେପି ସରକାର ଚୁପ୍ ରହିଛନ୍ତି । ବିଜେଡି ଶାସନ କାଳରେ କୋର୍ଟରେ ବଂଶଧାରା ନେଇ ଲଢେଇ କରିଥିଲା । କିନ୍ତୁ ବଂଶଧାରା ଟ୍ରିବ୍ୟୁନାଲ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ । ସେତେ ବେଳେ ବି କେନ୍ଦ୍ର ସରକାର ଚୁପ୍ ରହିଲେ । ସେହିପରି ପୋଲାଭରମ ପ୍ରସଙ୍ଗରେ ଚୁପ୍ ରହିଛନ୍ତି । ଏବେ କୋଟିଆ ସୀମା ବିବାଦରେ ମଧ୍ୟ ଚୁପ୍ ରହି ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି । ଏଠାରେ ବିଜେପି ପାଇଁ ମାଟି ଠାରୁ ଆଗ ପାର୍ଟି ହୋଇଛି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଯୋଗୁଁ କେନ୍ଦ୍ରରେ ବିଜେପି ସରକାର ରହିଛି । କୋଟିଆ ବିବାଦରେ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ସରକାର ସପକ୍ଷ ନକରିଲେ ସେ ସମର୍ଥନ ନେଇଯିବାର ସମ୍ଭାବନା ରହିଛି । ତାହା ହେଲେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗି ଯିବାର ସମ୍ଭାବନା ରହିଛି । ତେଣୁକରି ବିଜେପି ସରକାର କୋଟିଆ ପ୍ରସଙ୍ଗ ସମାଧାନ ନକରି ରାଜନୈତିକ ଗୋଟି ଚାଳନା କରୁଛନ୍ତି । ଓଡିଆ ଅସ୍ମିତା ଆଗରେ ବିଜେପି ସରକାରଙ୍କ ପାଇଁ ଦଳୀୟ ସ୍ୱାର୍ଥ ଆଗ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି ।

  • Related Posts

    ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ: ବିଜେଡି

    ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ରଥଯାତ୍ରାରେ ବାରମ୍ବାର ଘଟୁଥିବା ଅଘଟଣ ରାଜ୍ୟର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଛି ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ ଭୁବନେଶ୍ୱର: ବିଜେପି ସରକାରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ…

    Continue reading
    ନଭେମ୍ବର ୩୦ଯାଏଁ ବୃଦ୍ଧି ହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

    ଭୁବନେଶ୍ବର: ଆସନ୍ତା ନଭେମ୍ବର ୩୦ତାରିଖ ଯାଏ ବୃଦ୍ଧି ହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଏ ନେଇ ଦଳ ପକ୍ଷରୁ ପ୍ରେସ୍ ରିଲିଜ ଜାରି କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ପାର୍ବଣ ଯୋଗୁ ବିଜୁ ଜନତା ଦଳ ତରଫରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି