CBSEର ନୂଆ ନିୟମ, ତିନୋଟି ଭାଷା ପଢ଼ିବା ସମ୍ପୂର୍ଣ୍ଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତିନୋଟି ଭାଷା (Three-Language Rule) ପଢ଼ିବା ସମ୍ପୂର୍ଣ୍ଣ ବାଧ୍ୟତାମୂଳକ କରିଦେଇଛି। ଏହି ନୂଆ ନିୟମ ୧ ଜୁଲାଇ ୨୦୨୬ରୁ ଲାଗୁ କରାଯିବ। ସିବିଏସଇର ଏହି ନିଷ୍ପତ୍ତି ଯୋଗୁଁ ଏବେ ଛାତ୍ରଛାତ୍ରୀଙ୍କୁ ନିଜ ପାଠପଢ଼ାରେ ଭାଷାକୁ ଅଧିକ ମହତ୍ତ୍ୱ ଦେବାକୁ ହେବ। ବୋର୍ଡ ସ୍ପଷ୍ଟ କରିଛି ଯେ, ଭାରତୀୟ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ହିଁ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହି ନୂଆ ନିଷ୍ପତ୍ତି ସମ୍ପର୍କରେ ବୋର୍ଡ ୧୫ ମେ ଦିନ ଏକ ଆଧିକାରିକ ସର୍କୁଲାର ଜାରି କରି ସମସ୍ତ ସ୍କୁଲକୁ ଅବଗତ କରାଇଛି। ସିବିଏସଇ ନିଜ ସର୍କୁଲାରରେ କହିଛି ଯେ, ନ୍ୟାସନାଲ ଏଜୁକେସନ୍ ପଲିସି (NEP) ୨୦୨୦ ଏବେ ନ୍ୟାସନାଲ କରିକୁଲମ ଫ୍ରେମୱର୍କ ଫର ସ୍କୁଲ ଏଜୁକେସନ୍ (NCF-SE) ୨୦୨୩ ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ଶିକ୍ଷାବର୍ଷରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ତିନୋଟି ଭାଷା (R1, R2, R3) ପଢ଼ିବାକୁ ପଡ଼ିବ। ଏହି ତିନୋଟି ଭାଷା ମଧ୍ୟରୁ ଅତିକମ୍ରେ ଦୁଇଟି ଭାଷା ମୂଳ ଭାରତୀୟ ଭାଷା ହେବା ବାଧ୍ୟତାମୂଳକ। ସ୍କୁଲଗୁଡ଼ିକ ସିବିଏସଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ତାଲିକାରୁ ଯେକୌଣସି ଭାଷା ଚୟନ କରିବାର ବିକଳ୍ପ ଦେଇପାରିବେ। ବିଦେଶୀ ଭାଷାଗୁଡ଼ିକୁ କେବଳ ତୃତୀୟ କିମ୍ବା ଚତୁର୍ଥ ବୈକଳ୍ପିକ ଭାଷା ଭାବେ ଚୟନ କରାଯାଇପାରିବ।ନିଜ ଭାଷାର ବିକଳ୍ପଗୁଡ଼ିକୁ ଅପଡେଟ୍ କରିବାକୁ ପଡ଼ିବ।

  • Related Posts

    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading
    ଖୁସିଖବର : ନଭେମ୍ବର ସୁଦ୍ଧା ସରିବ ଅଧ୍ୟାପକ ନିଯୁକ୍ତି  

    ଭୁବନେଶ୍ୱର, ଅକ୍ଟୋବର ୩: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ମାନ୍ୟବର ରାଜ୍ୟପାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ