cm mohan majhi ଆଜି ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର:ଗୁରୁବାର ଗୋପାଳପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ଗସ୍ତ କରିବାକୁ ରହିଥିବା ଅଞ୍ଚଳରେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏହି ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥାକୁ ଅନୁଧ୍ୟାନ ସହିତ ପରିଦର୍ଶନ କରାଯାଇ ସମୀକ୍ଷା କରାଯାଇଛି ।
ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର ଯୋଗେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ସକାଳ ୧୦.୪୫ ମିନିଟ୍ ସମୟରେ ଓହ୍ଲାଇବେ । ସେଠାରୁ ଦିନ ୧୧ଟା ସମୟରେ ଧବଳେଶ୍ୱର ମନ୍ଦିର ପଡ଼ିଆରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ R&R ପ୍ୟାକେଜ୍ ଅଧୀନରେ ଚେକ୍ ଓ ପଟ୍ଟା ବଣ୍ଟନ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗୋପାଳପୁର ନିକଟବର୍ତ୍ତୀ ପ୍ରସିଦ୍ଧ ବାବା ଧବଳେଶ୍ୱର ମନ୍ଦିର ପରିସର ଏବଂ ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ୍ ପରିସରରେ ପ୍ରସ୍ତୁତି ସମୀକ୍ଷା କରିଛି ଜିଲ୍ଲା ପ୍ରଶାସନ । ଏହି ଅବସରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ସର୍ବଣା ବିବେକ ଏମ୍, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକକ୍ରମ ସ୍ଥଳ ପରିଦର୍ଶନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ହେଲିପ୍ୟାଡ୍ ପ୍ରସ୍ତୁତି, ନିରାପତ୍ତା ବ୍ୟବସ୍ଥା, ଯାତାୟାତ ପରିଚାଳନା, ପାର୍କିଂ, ଅଗ୍ନିଶମ ସେବା, ବିଦ୍ୟୁତ୍‌ ଯୋଗାଣ, ପାନୀୟଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଅନୁଧ୍ୟାନ କରାଯାଇଛି । କାର୍ଯ୍ୟକୁ ସଠିକ୍‌ ସମୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ଦୃଷ୍ଟିରୁ ସୁରକ୍ଷା ସହିତ ଗସ୍ତ ସମ୍ପର୍କିତ ସମସ୍ତ ବ୍ୟବସ୍ଥାକୁ ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତି ଜାରି ରହିଛି ।

  • Related Posts

    MV Ocean Winner ପାରାଦୀପ ଅଣାଯାଉଛି ୨ ଚାଇନିଜ୍ କ୍ରୁ ସଦସ୍ୟ

    ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ…

    Continue reading
    low pressure rain in odisha 30ରେ ଆଉ ଏକ ଲଘୁଚାପ !

    ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ସେପଟେ 30 ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ସିଷ୍ଟମ ଘନୀଭୂତ ହୋଇ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଫଳରେ 29 ତାରିଖରୁ ରାଜ୍ୟରେ ପୁଣି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ