କନଷ୍ଟେବଳ ନିଯୁକ୍ତିରେ ବୟସ ସୀମା ୬ ବର୍ଷ କୋହଳ: ଓଡ଼ିଶା ହାଇକୋର୍ଟଙ୍କ ରାୟ

କଟକ: ଓଡ଼ିଶା ହାଇକୋର୍ଟ ଓଡ଼ିଶା ପୁଲିସ ବାହିନୀର ବିଭିନ୍ନ ବାଟାଲିୟନ୍‌ରେ ସିପାହୀ ଓ କନଷ୍ଟେବଳ ନିଯୁକ୍ତି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହା ଦ୍ବାରା ଆଶାୟୀଙ୍କୁ ବୟସ ସୀମାରୁ ବଡ଼ ଆଶ୍ୱସ୍ତି ମିଳିଛି। ସିପାହୀ ଓ କନଷ୍ଟେବଳ ପଦବୀ ପାଇଁ ଥିବା ଧାର୍ଯ୍ୟ ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ରାୟ ଦେଇଛନ୍ତି । ତେବେ ଏହା କେବଳ ଚଳିତ ଥର ପାଇଁ ଲାଗୁ ହେବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ସିପାହୀ ଓ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିଥିବା ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ। ୨୦୧୮ ମସିହାରେ ଶେଷ ଥର ପାଇଁ ଏହି ପଦବୀ ପାଇଁ ନିଯୁକ୍ତି ହୋଇଥିବା ବେଳେ କରୋନା ମାହାମାରୀ ଯୋଗୁ ପାଖାପାଖି ୬ ବର୍ଷ ଧରି ନିଯୁକ୍ତି ପାଇଁ ଆଉ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା। ଫଳରେ ସିପାହୀ ଓ କନଷ୍ଟେବଳ ପଦବୀ ପାଇଁଆବେଦନ କରିପାରି ନ ଥିବା ୪୯ ଜଣ ଆଶାୟୀ ଏକାଧିକ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପଦବୀ ପାଇଁ ଅପେକ୍ଷା କରିଥିବା ଆଶାୟୀ ଚଳିତ ବର୍ଷ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା କୋହଳ କରିବା‌ ପାଇଁ ଦାବି କରିଥିଲେ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ