fire in hospital ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ:3 ନବଜାତ ଶିଶୁଙ୍କ ମୃତ୍ୟୁ

ମହାରାଷ୍ଟ୍ର: ଆଜି ସକାଳେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଶିଶୁ ବିଭାଗ (NICU)ରେ ଅଗ୍ନିକାଣ୍ଡ ଘଟି 3 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଶିଶୁ ନିଆଁରେ ପୋଡ଼ି ଯାଇ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ହସ୍ପିଟାଲ ଭିତରେ ଆତଙ୍କ ସୃଷ୍ଟି ହୋଇଥିଲା । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଆଜି ଭୋର 3:30ଟା ସମୟରେ ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର ହସ୍ପିଟାଲର ତୃତୀୟ ମହଲାରେ ଥିବା ଏକ ନବଜାତ ସଘନ ଯତ୍ନ ୟୁନିଟ୍ (NICU)ରେ ହଠାତ୍ ଏକ ଭେଣ୍ଟିଲେଟର ବିସ୍ଫୋରଣ ହୋଇଥିଲା । ଅଗ୍ନିକାଣ୍ଡ ସମୟରେ 9 ଜଣ ଶିଶୁଙ୍କୁ NICUରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଡ୍ୟୁଟିରେ ଥିବା ମହିଳା କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ତୀବ୍ର ବେଗରେ ସମଗ୍ର ୱାର୍ଡରେ ବ୍ୟାପି ଯାଇଥିଲା ।ତେବେ ହସ୍ପିଟାଲ କର୍ମଚାରୀମାନେ NICUରୁ 6 ଜଣ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ମାତ୍ର ଏହି ଘଟଣାରେ 3 ଜଣ ନବଜାତ ଶିଶୁ ଗୁରୁତର ପୋଡ଼ି ଆହତ ହୋଇଥିଲେ । ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି ।ଜଣେ ଅଧିକାରୀ କହିଛନ୍ତି, “NICUରୁ ଉଦ୍ଧାର କରାଯାଇଥିବା 6 ଶିଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା କରାଯାଉଛି ।”ସେପଟେ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ସୂଚନା ପାଇ ତୁରନ୍ତ, ଅଗ୍ନିଶମ ବାହିନୀ ହସ୍ପିଟାଲ ନିକଟରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର ତୃତୀୟ ମହଲାରେ 39 ଶଯ୍ୟା (ପ୍ରତ୍ୟେକ ଶଯ୍ୟାରେ 13) ବିଶିଷ୍ଟ ତିନୋଟି NICU ୱାର୍ଡ ରହିଛି। ଏହି ୟୁନିଟ୍‌ ମଧ୍ୟରୁ ଗୋଟିଏରେ ଅଗ୍ନିକାଣ୍ଡ ଘଟିଛି । ଯେଉଁ ୟୁନିଟରେ ନିଆଁ ଲାଗିଥିଲା ​​ସେହି ସମୟରେ 9 ନବଜାତ NICUରେ ଥିଲେ । ଅନ୍ୟ NICUରେ ଥିବା ନବଜାତ ଶିଶୁମାନଙ୍କୁ ମଧ୍ୟ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ପୋଲିସ ତାହାର ତଦନ୍ତ କରୁଛି ।

  • Related Posts

    SIM CARD ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ

    ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ…

    Continue reading
    miss universe india 2006 କେରଳର କାଜିଆ ଲିଜ୍ ମାଜୋ ମିସ୍ ୟୁନିଭର୍ସ ଇଣ୍ଡିଆ

    ଜୟପୁର: ମିସ୍ ୟୁନିଭର୍ସ ଇଣ୍ଡିଆ 2026ର ମୁକୁଟ ପିନ୍ଧିଛନ୍ତି କାଜିଆ ଲିଜ୍ ମାଜୋ । ପିଙ୍କ୍ ସିଟି ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ଗ୍ରାଣ୍ଡ ଫିନାଲେରେ 52 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କେରଳର 19 ବର୍ଷୀୟା କାଜିଆ ‘ମିସ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ