husband and wife dead ସନ୍ତାନ ପାଇଁ ଗୁଣିଆ ଠାରୁ ଔଷଧ ଖାଇବା ହେଲା କାଳ, ଦମ୍ପତି ମୃତ

ଫିରିଙ୍ଗିଆ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ସନ୍ତାନ ପାଇଁ ଜଣେ ଗୁଣିଆ ପାଖରୁ ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସୋମବାର ରାତିରେ ସ୍ତ୍ରୀ ର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମଙ୍ଗଳବାର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଫୁଲବାଣୀ ବ୍ଲକ ଗୋଚ୍ଛାପଡା ଥାନା ଅଧୀନ କଟ୍ରିଙ୍ଗିଆ ପଞ୍ଚାୟତର ନେଡି ପଙ୍ଗା ଗାଁରେ। ମୃତକ ହେଲେ କାହ୍ନୁ କହଁର ଓ ତାଙ୍କ ସ୍ତ୍ରୀ ଲଳିତା କହଁର।

ନେଡିପଙ୍ଗା ଗାଁରେ କାହ୍ନୁ କହଁର (୩୫ ) ଏବଂ ସ୍ତ୍ରୀ ଲଳିତା କହଁରଙ୍କ ବିବାହରର ପ୍ରାୟ ୧୫ ବର୍ଷ ପରେ ବି ସନ୍ତାନ ସନ୍ତତି ହୋଇ ନ ଥିଲା। ଉଭୟେ ଦାରିଙ୍ଗବାଡ଼ି ଅଞ୍ଚଳର ଏକ ଗୁଣିଆ ପାଖକୁ ଯାଇଥିଲେ। ଗୁଣିଆ ଜଣକ ସନ୍ତାନ ହେବା ନେଇ ଔଷଧ ଦେଇଥିଲା। ତେବେ ଔଷଧ ଖାଇବା ପରେ ଉଭୟେ ଗୁରୁତର ହୋଇଥିଲେ। ଫୁଲବାଣୀ ମେଡିକାଲକୁ ପରିବାର ଲୋକେ ଆଣିଥିଲେ l ଖବର ପାଇ ଫୁଲବାଣୀ ମେଡିକାଲରେ ପହଁଞ୍ଚି କଟ୍ରିଙ୍ଗିଆ ସରପଞ୍ଚଙ୍କ ସ୍ୱାମୀ ଘନ କୁମାର କୁମାର ଶବର ଉଭୟଙ୍କୁ ରାତିରେ ଆମ୍ବୁଲାନ୍ସ ସାହାଯ୍ୟରେ ଫୁଲବାଣୀ ରୁ ବ୍ରହ୍ମପୁର ପଠାଇଥିଲେ। ବ୍ରହ୍ମପୁର ମେଡିକାଲ ପହଞ୍ଚିବା ପରେ ଗୁରୁତର ଲଳିତା କହଁର ଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଲଳିତା ଙ୍କ ସ୍ୱାମୀ କାହ୍ନୁ କହଁର ମଧ୍ୟ ଗୁରୁତର ଅବସ୍ଥାରେ ଛଟ ପଟ ହେଉଥିବା ବେଳେ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ l ମଙ୍ଗଳବାର କାହ୍ନୁଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ଗ୍ରାମବାସୀ ଓ କଂଗ୍ରେସ ନେତା ଘନ କୁମାର ଶବର ଔଷଧ ଦେଇଥିବା ଗୁଣିଆ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି l ଅନ୍ୟପଟେ ପରିବାର ଲୋକେ ଗୁଣିଆ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି l ତେବେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ସନ୍ତାନ ପାଇଁ ଗୁଣିଆର ସାହାରା ନେଇଁ ଔଷଧ ଖାଇ ଏଭଳି ଘଟିଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି l

  • Related Posts

    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading
    ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ

    ୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ