ଲିଙ୍ଗରାଜ ମନ୍ଦିର ମାସକରେ କିଣିଛି ୪୨ଲିଟର ଓମଫେଡ୍‍ ଘିଅ

ଭୁବନେଶ୍ୱର : ରାଜ୍ୟର ମନ୍ଦିରଗୁଡିକ ଶୁଦ୍ଧ ଘିଅ ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହିତ ଓମଫେଡ୍‍ ଘିଅ କିଣିବାକୁ ପରାମର୍ଶ ଦେଇଛନ୍ତି । ତଦନୁଯାୟୀ ଦେବାଳୟଗୁଡିକ ଓମଫେଡ୍‍ ଘିଅ ଖରିଦ କରୁଛନ୍ତି । ଗତ ମାସକ ମଧ୍ୟରେ ଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷ ୪୨ଲିଟର ଓମଫେଡ୍‍ ଖରିଦ କରିଥିବା ସୂଚନାଦେଇଛନ୍ତି ଆଇନ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧିନରେ ପରିଚାଳିତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନରେ ଶୁଦ୍ଧ ଘିଅ ସହିତ ଉନ୍ନତମାସର ସାମଗ୍ରୀ ବ୍ୟବହାର ପାଇଁ ସମ୍ପୃକ୍ତ ଅନୁଷ୍ଠାନର ପରିଚାଳକ ଆୟ ଅନୁଯାୟୀ ବ୍ୟବସ୍ଥା କରିଥାନ୍ତି । ଶୁଦ୍ଧ ଘିଅ ବ୍ୟବହାର ପାଇଁ ସେମାନଙ୍କୁ କୁହାଯାଉଛି । ଆବଶ୍ୟକସ୍ଥଳେ ଟ୍ରଷ୍ଟବୋର୍ଡ ଶୁଦ୍ଧ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଥାନ୍ତି । ଏହାବାଦ୍‍ ଭୋଗ ଏବଂ ଦୀପ ନିଲାମଧାରୀମାନଙ୍କୁ ଶୁଦ୍ଧ ଘିଅ ବ୍ୟବହାର କରିବା ନିମେନ୍ତ ଚୁକ୍ତପତ୍ରରେ ସର୍ତ୍ତାରୋପ କରାଯ।।ଇଥାଏ । ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତ ଏକମାସ ମଧ୍ୟରେ ଲିଙ୍ଗରାଜ ମନ୍ଦିର ପାଇଁ ୪୨ଲିଟର ଓମଫେଡ୍‍ ଘିଅ କିଣାଯାଇଥିବାବେଳେ ଘଟଗାଁ ତାରିଣୀ ମନ୍ଦିରରେ ୩୦କେଜି, କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ୨୨.୫୩ କେଜି, କାକଟପୁରର ମା ମଙ୍ଗଳା ମନ୍ଦିରରେ ୧୫ କେଜି, ନୟାଗଡର ଶ୍ରୀଜଗନ୍ନାଥଜୀଉ ମନ୍ଦିରରେ ୩ କେଜି, ଶରଣକୁଳର ଲଡୁକେଶ ମନ୍ଦିରରେ ୨୫କେଜି ଓ ଓଡଗାଁର ରଘୁନାଥ ଜୀଉ ମନ୍ଦିରରେ ୨୧ କେଜି ଓମଫେଡ୍‍ ଘିଅ ଖରିଦ କରାଯ।।ଇଛି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ