mao dump ୩ଟି ମାଓ ଡମ୍ପ ଠାବ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ଛତିଶଗଡ଼ ପୁଲିସକୁ ବଡ଼ ସଫଳତା। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୩ଟି ମାଓ ଡମ୍ପ । ସୁକୁମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ବେଲପେଚା ଜଙ୍ଗଲରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରିବା ବେଳେ ଠାବ ହୋଇଛି ଏହି ମାଓ ଡମ୍ପ । ଯାହା ମଧ୍ୟରେ ରହିଛି ଦୁଇଟି ଟିଫିନ ବୋମା, କୋଡେକ୍ସ ତାର, ଜିଲାଟିନ ଷ୍ଟିକ ଭଳି ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ।

ସେହିଭଳି ନାରାୟଣପୁର ଜିଲ୍ଲାର ଘଞ୍ଚ ଆଦନା ଜଙ୍ଗଲରୁ ସୁରକ୍ଷାବାହିନୀ ଏକ ବଡ ମାଓ ଡମ୍ପ ଠାବ କରିଛନ୍ତି । ବିଏସଏଫ୍ ଓ ନାରାୟଣପୁର ପୁଲିସର ମିଳିତ ଅଭିଯାନରେ ଏହି ସଫଳତା ମିଳିଛି । ଡମ୍ପରୁ ୧୦ଟି ରାଇଫଲ, ୨ଟି ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର, ୧୩ଟି ଜୀବନ୍ତ ବିଜିଏଲ୍ ସେଲ୍, ୧୬ଟି ଜୀବନ୍ତ କାର୍ଟ୍ରିଜ୍, ପ୍ରାୟ ୨ କେଜିର ବିସ୍ଫୋରକ ଜବତ କରାଯାଇଛି । ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ପୁରୁଣା ଲଜିଷ୍ଟିକ୍ ନେଟୱାର୍କ, ଅସ୍ତ୍ରଭଣ୍ଡାର ଓ ବିସ୍ଫୋରକ ଠାବ କରି ନଷ୍ଟ କରିବା ଉଦ୍ଦେଶ୍ୟରେ ସୁରକ୍ଷାବାହିନୀ ପକ୍ଷରୁ ଜୋରଦାର କମ୍ବିିଂ ଅପରେସନ୍ ଜାରି ରହିଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

    ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ,…

    Continue reading
    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ