ଅଡ଼ୁଆରେ ମାର୍କ ଜୁକରବର୍ଗ

ଭାରତରେ ଗତବର୍ଷ ହୋଇଥିବା ସାଧାରଣ ନିର୍ବାଚନକୁ ନେଇ ବିବାଦୀୟ ବୟାନ ଦେବା ପରେ ଅଡ଼ୁଆରେ ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ। ଏହି ମାମଲାରେ ସଂସଦୀୟ କମିଟି ମେଟା କମ୍ପାନୀକୁ ସମନ କରିବ ବୋଲି ଜଣାପଡ଼ିଛି। ସଂସଦର ଆଇଟି ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଏହି ପ୍ରସଙ୍ଗରେ ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସରେ ମେଟାକୁ ଟ୍ୟାଗ୍ କରି ମାର୍କ ଜୁକରବର୍ଗଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ। ଆଜି ବୈଷ୍ଣବଙ୍କ ପୋଷ୍ଟକୁ ରିପୋଷ୍ଟ କରି ନିଶିକାନ୍ତ ଦୁବେ ଲେଖିଛନ୍ତି ଯେ ମୋ କମିଟି ଏହି ମିଥ୍ୟା ଖବର ପାଇଁ ମେଟାକୁ ସମନ କରିବ। କୌଣସି ଗଣତାନ୍ତ୍ରିକ ଦେଶ ବିଷୟରେ ମିଛ ଖବର ପ୍ରସାରିତ କରିବା ସେହି ଦେଶର ଛବିକୁ ଖରାପ କରିଥାଏ। ଏହି ଭୁଲ ପାଇଁ ଉକ୍ତ ସଂସ୍ଥାକୁ ଭାରତୀୟ ସଂସଦ ତଥା ଦେଶର ଲୋକଙ୍କୁ କ୍ଷମା ମାଗିବାକୁ ପଡ଼ିବ। ଉଲ୍ଲେଖ ଯୋଗ୍ୟ, ଜୁକରବର୍ଗ ଏକ ପଡକାଷ୍ଟରେ କହିଥିଲେ ଯେ ୨୦୨୪ ପୂରା ବିଶ୍ୱରେ ଏକ ବଡ଼ ନିର୍ବାଚନୀ ବର୍ଷ ଥିଲା। ଭାରତ ସମେତ ଅନେକ ଦେଶରେ ଏହି ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେହି ସବୁ ଦେଶରେ ଶାସନରେ ଥିବା ସରକାର ମୁଦ୍ରାସ୍ଫିତି ପାଇଁ ହେଉ ବା କୋଭିଡ ମହାମାରୀ ସମୟରେ ଦୁର୍ବଳ ପରିଚାଳନା ପାଇଁ ଏହି ନିର୍ବାଚନରେ ଏକ ପ୍ରକାର ହାରିଯାଇଛନ୍ତି।

  • Related Posts

    ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

    ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…

    Continue reading
    ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି