mayor bmc ସର୍ବସାଧାରଣ ସ୍ଥାନରେ କୁକୁରକୁ ମଳତ୍ୟାଗ କରାକରାଇଲେ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର: ପଟିଆଲାରେ ପୋଷା କୁକୁର ଦ୍ୱାରା ଦମ୍ପତି ଆକ୍ରମଣର ଘଟଣା ପରେ ଭୁବନେଶ୍ୱରରେ ପୋଷା କୁକୁର ମାଲିକଙ୍କୁ ଚେତାବନୀ ଦେଇଛନ୍ତି ମେୟର ସୁଲୋଚନା ଦାସ। କୁକୁର ରଖିବାରେ ଆପତ୍ତି ନାହିଁ, କିନ୍ତୁ ଏହାଦ୍ୱାରା ଅନ୍ୟମାନଙ୍କ ସମସ୍ୟା ହେଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମେୟର କହିଛନ୍ତି, ନିଜ ସଉକ ପାଇଁ ପୋଷା କୁକୁର ରଖୁଥିବା ମାଲିକମାନେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତୁ। କୁକୁରକୁ ନିୟନ୍ତ୍ରଣରେ ରଖିବା ସହ ଏହା ଯେପରି ଅନ୍ୟ କାହାକୁ ଆକ୍ରମଣ ନ କରେ, ସେଥିପ୍ରତି ମାଲିକଙ୍କୁ ସଚେତନ ରହିବାକୁ ପଡ଼ିବ। ସେହିପରି ସର୍ବସାଧାରଣ ସ୍ଥାନରେ କୁକୁରକୁ ମଳତ୍ୟାଗ କରାଇବା, ଈଗଉର ସୌନ୍ଦର୍ୟ୍ୟକରଣ ନଷ୍ଟ କରିବା ଏବଂ ଅନ୍ୟ ଲୋକଙ୍କୁ ହଇରାଣ କରିବା ଭଳି କାର୍ୟ୍ୟରୁ ମାଲିକମାନେ ନିବୃତ୍ତ ରହିବା ଆବଶ୍ୟକ ବୋଲି ମେୟର କହିଛନ୍ତି। ଲିଫ୍ଟରେ କୁକୁରକୁ ନେବା ସମୟରେ ମଧ୍ୟ ଅନ୍ୟ ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଧ୍ୟାନ ଦେବାକୁ ପଡ଼ିବ। କୁକୁର ମାଲିକଙ୍କ ନିୟନ୍ତ୍ରଣରୁ ବାହାରି ଅନ୍ୟକୁ ଆକ୍ରମଣ କଲେ କିମ୍ବା ସାଧାରଣ ଲୋକଙ୍କ ସମସ୍ୟା ସୃଷ୍ଟି କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ପୋଷା କୁକୁର ରଖିବା ନେଇ ମାଲିକମାନେ ନିୟମ ମାନିବା ସହ ଅନ୍ୟ ଲୋକଙ୍କ ସୁରକ୍ଷା ଓ ସୁବିଧା ପ୍ରତି ଦାୟିତ୍ୱବାନ ହେବାକୁ ମେୟର ଆହ୍ୱାନ କରିଛନ୍ତି।

  • Related Posts

    SUBHADRA MONEY ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

    ନୟାଗଡ଼: ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ସୁଭଦ୍ରା ମଞ୍ଚରୁ ପଠାଇଲେ ଟଙ୍କା । ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା ।ଆଜି ମିଳିଛି ସୁଭଦ୍ରାର…

    Continue reading
    POLICE MEETING ଶନିବାର ରାଜ୍ୟ ପୁଲିସର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ

    ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ସମେତ ପୁଲିସ ଡିଜି-ଆଇଜି ସମ୍ମିଳନୀ-୨୦୨୫ରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକର ଅଗ୍ରଗତିର ସମୀକ୍ଷା ପାଇଁ ଆସନ୍ତା ଶନିବାର(୨୯ତାରିଖ) ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ