ବଡ଼ ଆଟାକ୍‌ କଲେ ମୋଦି; ବିରୋଧୀ ଛାନିଆ…

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଛନ୍ତି। ଭାଷଣ ମଝିରେ ମୋଦି ବିରୋଧୀଙ୍କୁ ନିଶାନା କରିଛନ୍ତି। ସେ କହିଛନ୍ତି, ରାଜନୀତିର ବିଚାରଧାରା ଅଲଗା ହେବା କିଛି ନୂଆ ନୁହେଁ। ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ। କ୍ଷମତାଲୋଭୀ ଏମାନେ ଜନତାକୁ ମିଛ କହି ଆସୁଛନ୍ତି। କ୍ଷମତାରୁ ଦୂରେଇ ରହିବା ପରେ ଏଭଳି ମିଛ କହୁଛନ୍ତି।

ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀ ଭୁବନେଶ୍ୱରରେ ଶୁକ୍ରବାର ଆରମ୍ଭ ହୋଇ ଡିସେମ୍ବର ୧ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। ଗୁରୁବାର ଭୁବନେଶ୍ୱରରେ ୩ଟି ରାଜ୍ୟର ପ୍ରତିନିଧିଙ୍କ ସମେତ ପ୍ରାୟ ୩୦ରୁ ଅଧିକ ଅଧିକାରୀ ପହଞ୍ଚତ୍ ସାରିଲେଣି। ଗୋଇନ୍ଦା ନିର୍ଦ୍ଦେଶକ ତପନ ଡେକା ମଧ୍ୟ ପହଞ୍ଚତ୍ ସାରିଛନ୍ତି। ତେଣୁ ସମସ୍ତଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପରି କି ଅତିଥିଙ୍କୁ ସ୍ବାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି। ସେହିପରି ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍‌ କରି ପୋଲିସ ଓ ବିଏସ୍‌ଏଫ୍‌ କଡ଼ା ଯାଞ୍ଚ କରୁଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ପୋଲିସ ସନ୍ଧାନୀ କୁକୁର ସହାୟତାରେ ଗୁରୁବାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି। ଏହାସହ ବିମାନବନ୍ଦର, ଲୋକ ସେବାଭବନ, ରାଜଭବନ ଓ ରାଜ୍ୟ ଅତିଥିଭବନ, ମୈତ୍ରୀବିହାର, ଚନ୍ଦ୍ରଶେଖରପୁରରେ ଥିବା ଆଇପିଏସ୍‌ ମେସ୍‌ ସହିତ ପ୍ରମୁଖ ଅଞ୍ଚଳରେ ପୋଲିସ କଡ଼ା ପହରା ଦେବା ସହ ନୋ ଫ୍ଲାଏ ଜୋନ୍‌ ଘୋଷଣା କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ଲୁ ବୁକ ଅନୁଯାୟୀ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ଗୁରୁବାର ପୋଲିସ ପକ୍ଷରୁ କାର୍‌କେଡ୍‌ ରିହରସାଲ୍‌ କରାଯାଇଛି। ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ରିହରସାଲ କରାଯାଇଛି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ