ମହିଳା କନଷ୍ଟେବଲଙ୍କୁ ହତ୍ୟା ପରେ ଆତ୍ମହତ୍ୟ ଉଦ୍ୟମ କରି ସ୍ୱାମୀ ଗୁରୁତର

କଟକ: ଲାଲବାଗ ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ସାହିରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ଜଣେ ମହିଳା କନଷ୍ଟେବଳଙ୍କୁ ବିଭତ୍ସ ଭାବେ ହତ୍ୟାକରି ତାଙ୍କ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି। ଅପରପକ୍ଷେ ସ୍ୱାମୀ ସ୍ତ୍ରୀଙ୍କ ଗଣ୍ଡଗୋଳକୁ ରୋକିବାକୁ ଯାଇ ଜଣେ ପଡୋଶୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଘର ଭିତରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍ ପଠାଇଛି। ମୃତ ମହିଳାଙ୍କର ସ୍ୱାମୀଙ୍କୁ ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ସିଦ୍ଧେଶ୍ୱର ସାହିରେ ଜଣେ ବ୍ୟକ୍ତି କ୍ଷତାକ୍ତ ଅବସ୍ଥାରେ ଥିବା ଜାଣି ଘଟଣା ସ୍ଥଳରେ ଲାଲବାଗ ଥାନା ପୁଲିସ ତୁରନ୍ତ ପହଞ୍ôଚଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ôଚଲା ବେଳେ ସ୍ୱାମୀଙ୍କର ଗଳାରୁ ରକ୍ତସ୍ରାବ ହେଉଥିଲା । ତାଙ୍କ ସ୍ତ୍ରୀ ମୃତ ଦେହ ରକ୍ତ ଜୁଡ଼ୁଜୁଡ଼ୁ ଅବସ୍ଥାରେ ଘରେ ପଡ଼ି ରହିଥିଲା । ପୁଲିସ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲା । ମୃତ ମହିଳା କନଷ୍ଟେବଳ ହେଲେ ବିଷ୍ଣୁପ୍ରିୟା ମଲ୍ଲିକ (୩୦)। ସେ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ୱାମୀଙ୍କ ନାଁ ବିଶ୍ୱଜିତ ମଲ୍ଲିକ। ୨୦୧୯ରେ ସେମାନେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ୬ ବର୍ଷର ଝିଅ ଅଛି। ସେମାନେ କଟକ ସିଦ୍ଧେଶ୍ୱର ସାହିରେ ଭଡ଼ାରେ ରହୁଥିଲେ। ଆଜି ଦ୍ୱିପହରରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଉତ୍ କ୍ଷିପ୍ତ ବିଶ୍ୱଜିତ ପତ୍ନୀ ବିଷ୍ଣୁପ୍ରିୟାଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ବିଷ୍ଣୁପ୍ରିୟାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ସେମାନେ ବିଶ୍ୱଜିତଙ୍କୁ ଅଟକାଇ ଥିଲେ। ହେଲେ ବିଷ୍ଣୁପ୍ରିୟା ସେତେବେଳକୁ ପ୍ରାଣତ୍ୟାଗ କରିସାରିଥିଲେ। ବିଶ୍ୱଜିତ ସେହି ଛୁରୀରେ ନିଜ ବେକ କାଟି ଦେଇଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ବିଶ୍ୱଜିତ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ଜୋନ-୩ ଏସିପି ପ୍ରଦିପ୍ତ କୁମାର ରାଉତଙ୍କ ସହ ଲାଲବାଗ ଥାନା ଆଇଆଇସି ସୁଧାଂଶୁ ଜେନା ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଥିବା ବେଳେ ସାଇଣ୍ଟିଫିକ ଟିମ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀକୁ ଜବତ କରିଥିବା ଜଣାପଡ଼ିଛି ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ