narendra modi ମୋଦିଙ୍କ ଜନ୍ମଦିବସରୁ ମାସବ୍ୟାପୀ “ସେବା ସଂକଳ୍ପ ଅଭିଯାନ” ଶୁଭାରମ୍ଭ

“ସେବା ହିଁ ସଂକଳ୍ପ, ସେବା ହିଁ ସମର୍ପଣ” ଭାବନାକୁ ଜନମାନସରେ ଅଧିକ ସୁଦୃଢ଼ କରିବା ହେଉଛି ମୂଳ ଲକ୍ଷ୍ୟ : ଡା.କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସାର୍ବଜନୀନ ଜୀବନରେ ଦୀର୍ଘ ୨୫ ବର୍ଷର ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଯାତ୍ରାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ “ସେବା ସଂକଳ୍ପ ଅଭିଯାନ” ସମଗ୍ର ଦେଶରେ ଆୟୋଜନ କରାଯିବ । ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମାସବ୍ୟାପୀ ଅଭିଯାନରେ ସମାଜର ବିଭିନ୍ନ ବର୍ଗଙ୍କୁ ସାମିଲ କରି ବିଭିନ୍ନ ଜନକଲ୍ୟାଣ ଓ ସେବାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ମାସବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନକୁ ସଫଳ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଡ.ମୁକେଶ ମହାଲିଙ୍ଗ, ଶ୍ରୀ ସଂପଦ ଚରଣ ସ୍ୱାଇଁଙ୍କ ସମେତ ରାଜ୍ୟ ପଦାଧିକାରୀ, ସମସ୍ତ ଜିଲ୍ଲା ସଭାପତି ଏବଂ ପ୍ରଭାରୀ, ରାଜ୍ୟ ଓ ଜିଲ୍ଲାର ସଂଯୋଜକମଣ୍ଡଳୀ ଯୋଗ ଦେଇଥିଲେ । ଏହି ଅଭିଯାନକୁ ସଫଳ କରିବା ପାଇଁ ଗଠିତ ରାଜ୍ୟସ୍ତରୀୟ କମିଟିରେ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ସଂଯୋଜକ ଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୀମାଂଚଳ ଖଟେଇ ଓ ବରିଷ୍ଠ ନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ସହ-ସଂଯୋଜକ ଅଛନ୍ତି । ସେହିପରି କମିଟିରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ବିଧାୟକ ଇରାସିସ ଆଚାର୍ଯ୍ୟ, ପ୍ରତାପ ନାୟକ, ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ସଦସ୍ୟ ଅଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ସୁଚନା ଦେଇଛନ୍ତି ।
“ସେବା ସଂକଳ୍ପ ଅଭିଯାନ” ସଂପର୍କରେ ସୁଚନା ଦେଇ ଡା.ମହାପାତ୍ର କହିଛନ୍ତି ଯେ, ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି “ସେବା ହିଁ ସଂକଳ୍ପ, ସେବା ହିଁ ସମର୍ପଣ” ଭାବନାକୁ ଜନମାନସରେ ଅଧିକ ସୁଦୃଢ଼ କରିବା । ଗରିବ, ଅସହାୟ, ମହିଳା, ଯୁବ, କୃଷକ ଓ ବଂଚିତ ବର୍ଗଙ୍କ ନିକଟରେ ସେବା ପହଁଚାଇବା ସହିତ ସ୍ୱଚ୍ଛତା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ସେପ୍ଟେମ୍ବର ୧୭ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସନ୍ଧ୍ୟାରେ ଘରକୁ ଯାଇ “ଆଶୀର୍ବାଦର ଦୀପ” ପ୍ରଜ୍ୱଳନ କରାଯିବ । ପ୍ରତ୍ୟେକ ଦୀପ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ଜନସେବା ପ୍ରତି କୃତଜ୍ଞତାର ପ୍ରତୀକ ହେବା ସହିତ “ବିକଶିତ ଭାରତ ୨୦୪୭” ପାଇଁ ସାମୂହିକ ସଂକଳ୍ପର ପ୍ରତୀକ ହେବ । ସେହିପରି ରାଜ୍ୟ, ଜିଲ୍ଲା ଓ ବ୍ଲକମାନଙ୍କରେ ରକ୍ତଦାନ ଶିବିର ଏବଂ ଅନ୍ୟାନ୍ୟ ସେବା କାର୍ଯ୍ୟମାନ ଆୟୋଜନ କରାଯିବ । ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା କରାଯାଇଥିବା ଜନସେବା କାର୍ଯ୍ୟ ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ସମ୍ପର୍କିତ ସୂଚନା ରାଜ୍ୟବ୍ୟାପୀ ସମସ୍ତ ବିଦ୍ୟାଳୟମାନଙ୍କରେ ବିଭିନ୍ନ ଚିତ୍ରାଙ୍କନ, ଭାଷଣ, ବକ୍ତୃତା ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ମାନପତ୍ର ପ୍ରଦାନ କରାଯିବ । ନମୋ ସେବା ଗାଥା କାର୍ଯ୍ୟକ୍ରମ ଜରିଆରେ ବିଗତ ୨୫ ବର୍ଷର ସେବା କାର୍ଯ୍ୟ, ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଏବଂ ଦେଶରେ ଆସିଥିବା ପରିବର୍ତନର କାହାଣୀକୁ ସରଳ, ଭାବପ୍ରବଣ ଓ ସଙ୍ଗୀତମୟ ନାଟ୍ୟ ପରିବେଷଣ ଏବଂ ପଥପ୍ରାନ୍ତ ନାଟକ ପରିବେଷଣ ମାଧ୍ୟମରେ ଗାଁରୁ ଗାଁକୁ ପହଁଚାଯିବ । ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ବିଦ୍ୟାଳୟ, ମହାବିଦ୍ୟାଳୟ, ପଂଚାୟତ, ସାମୁଦାୟିକ କେନ୍ଦ୍ର ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନମାନଙ୍କରେ ଆୟୋଜନ କରାଯିବ । ଏହି ଅବସରରେ ୨୫ ସେପ୍ଟେମ୍ବର – ୭ ଅକ୍ଟୋବର ୨୦୨୬ ମଧ୍ୟରେ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଅଙ୍ଗନୱାଡ଼ି ସମ୍ମାନ ଓ ମାତୃ ସମ୍ବାଦ କାର୍ଯ୍ୟକ୍ରମ ପାଳନ କରାଯାଇ ମୋଦୀ ସରକାରଙ୍କ ପୋଷଣ, ସ୍ୱାସ୍ଥ୍ୟ ଏବଂ ମହିଳା ସମ୍ବନ୍ଧୀୟ ଯୋଜନାଗୁଡ଼ିକ ବିଷୟରେ ଶିଶୁ ଓ ମା’ମାନଙ୍କୁ ଅତ୍ୟନ୍ତ ସରଳ ଏବଂ କଥୋପକଥନ ଶୈଳୀରେ ସୂଚନା ଦିଆଯିବ । ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଯେଉଁ ୨୫ ଲକ୍ଷ ନାଗରିକଙ୍କ ଜୀବନ ଓ ସ୍ଥାନୀୟ ଅଂଚଳରେ ସକାରାତ୍ମକ ପରିବର୍ତନ ଆସିଛି, ସେମାନଙ୍କର ବାସ୍ତବ କାହାଣୀ ଦେଶବାସୀଙ୍କ ସମ୍ମୁଖରେ ପରିବର୍ତନର କାହାଣୀ କାର୍ଯ୍ୟକ୍ରମ ଜରିଆରେ ଉପସ୍ଥାପନ କରାଯିବ । ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଜରିଆରେ ଗତ କିଛି ବର୍ଷ ମଧ୍ୟରେ ବଡ଼, ବାସ୍ତବ ଏବଂ ସ୍ପଷ୍ଟ ପରିବର୍ତନକୁ ନିଜ ଅନୁଭୂତି ଆଧାରରେ ସ୍ଥାନୀୟବାସିନ୍ଦାମାନେ ଭାରତର ବିକାଶର କାହାଣୀକୁ ଉପସ୍ଥାପନ କରିବେ । ଏଥିରେ ବିଶେଷ ଭାବେ ରାଜ୍ୟର ଇନ୍‌‌ଫ୍ଲୁଏନ୍ସର ଓ ଡିଜିଟାଲ୍ କ୍ରିଏଟରମାନଙ୍କୁ ଯୋଡାଯିବ । ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ ଜରିଆରେ ମୋଦିଜୀଙ୍କର ୨୫ ବର୍ଷର ସେବା ପାଇଁ କୃତଜ୍ଞତା ପ୍ରକାଶ କରିବା ସହିତ ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡିଶା ୨୦୩୬ ପାଇଁ ସାମୂହିକ ସଂକଳ୍ପ ନିଆଯିବ । ଏହି ଯାତ୍ରା ପ୍ରତ୍ୟେକ ଜିଲ୍ଲା ଓ ଗ୍ରାମରେ ଆୟୋଜିତ ହେବ । ବଡ଼ନଗରରୁ ବାରାଣସୀ କାର୍ଯ୍ୟକ୍ରମ ଜରିଆରେ ଜଳ, ଜନ ଓ ସେବା ସଂକଳ୍ପ ଯାତ୍ରା ଅନୁଷ୍ଠିତ ହେବ । ସେବା – ମୋର ଯୋଗଦାନ ଅଭିଯାନ କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବର ରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ନାଗରିକ ସାମାଜିକ ସେବାରେ ନିଜର ଯୋଗଦାନ ଦେବେ । ୨୫ଟି ପ୍ରମୁଖ ସେବା କାର୍ଯ୍ୟକଳାପର ଏକ ତାଲିକା ପ୍ରକାଶ କରାଯାଇଛି ଏବଂ ଅଂଶଗ୍ରହଣକାରୀମାନେ ନିଜ ଘର, ପଡ଼ୋଶୀ, ଗ୍ରାମ, ବିଦ୍ୟାଳୟ, କର୍ମସ୍ଥଳୀ କିମ୍ବା ଯେକୌଣସି ସାର୍ବଜନୀନ ସ୍ଥାନରେ ସେବା, ବିକାଶ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବେ ବୋଲି ଡା.ମହାପାତ୍ର ସୁଚନା ଦେଇଛନ୍ତି ।
ସେହିପରି ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ବ୍ଲକ୍ ସ୍ତରରେ ‘ସେବା ସେତୁ’ ଶିବିର ଆୟୋଜନ କରାଯିବ । ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ପ୍ରମୁଖ ସାର୍ବଜନୀନ ସ୍ଥାନରେ ମାନବ ରଙ୍ଗୋଲି ଆୟୋଜନ କରାଯାଇ ମୋଦୀଜୀଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା, ଜାତୀୟ ପ୍ରତୀକ ଏବଂ ବିକଶିତ ଭାରତର ସ୍ୱପ୍ନକୁ ପ୍ରଦର୍ଶିତ କରାଯିବ । ଦେଶର ଯୁବବର୍ଗ, ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍‌, ପେସାଦାର, କର୍ପୋରେଟ୍ ନବସୃଜନକାରୀ ଏବଂ ତୃଣମୂଳ ସ୍ତରର ସମାଧାନ ବିକାଶକାରୀମାନଙ୍କୁ ଏକତ୍ର କରିବା ପାଇଁ ପାଂଚଟି ପ୍ରମୁଖ ଆଂଚଳିକ ନବସୃଜନ ଆହ୍ୱାନ ଆୟୋଜନ କରାଯିବ । ଜନସେବକ ମହାକୁମ୍ଭ କାର୍ଯ୍ୟକ୍ରମ ୧୭ ଅକ୍ଟୋବର ୨୦୨୬ ଦିନ ଆୟୋଜନ କରାଯିବ । ପଂଚାୟତରୁ ସଂସଦ ପର୍ଯ୍ୟନ୍ତ ସମଗ୍ର ଦେଶର ସରପଂଚ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଏକତ୍ରିତ ହୋଇ ‘ବନ୍ଦେ ମାତରମ୍‌’ର ସମସ୍ତ ୬ଟି ସ୍ତବକର ସାମୂହିକ ଗାନ କରିବେ । ଆନୁମାନିକ ୧.୨୫ ଲକ୍ଷ ଜନପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । “ସେବାରୁ ସଂକଳ୍ପ, ସଂକଳ୍ପରୁ ସଶକ୍ତ ଭାରତ” – ଏହି ଭାବନା ସହ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଉଛି ବୋଲି ଡା.ମହାପାତ୍ର କହିଛନ୍ତି ।

  • Related Posts

    MV Ocean Winner ପାରାଦୀପ ଅଣାଯାଉଛି ୨ ଚାଇନିଜ୍ କ୍ରୁ ସଦସ୍ୟ

    ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ…

    Continue reading
    cm mohan majhi ଆଜି ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

    ବ୍ରହ୍ମପୁର:ଗୁରୁବାର ଗୋପାଳପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ