ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ଭୁବନେଶ୍ବର: ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ଏହାକୁ ଲାଗୁ କରାଯିବ କି ନାହିଁ ସେନେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଦେଇଥିବା ବେଳେ ବର୍ତ୍ତମାନ ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଗଣଶିକ୍ଷା ବିଭାଗରେ ଆସୁଥିବା ବେଳେ ଏହାକୁ ରାଜ୍ୟ ସରକାର ଏବେ ଲାଗୁ କରିବେ। ଆଞ୍ଚଳିକ ବିଷୟବସ୍ତୁ ଥିବା ପାଠ ପଢାଯିବ ଏବଂ ସେନେଇ ପାଠ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯିବ । ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କୁହାଯାଇଛି ଯେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଯତ୍ନର ସହ ବିଚାର କରିବା ପରେ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ବାାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ ଲଗୁ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ସ୍ଥାନୀୟ ପାଠ୍ୟକ୍ରମ ସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚାକୁ ଓଡ଼ିଶା ରାଜ୍ୟ ପାଇଁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଭାବରେ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଓଡିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଯଥାଶୀଘ୍ର ଜାରି କରାଯିବ।

  • Related Posts

    ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ମହାପ୍ରଭୁ

    ପୁରୀ: ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଦଶହରା ତଥା ବିଜୟା ଦଶମୀ । ଏହି ଅବସରରେ ଭକ୍ତମାନଙ୍କୁ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦିଅନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ…

    Continue reading
    ଅପରାଧୀଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ: ପୋଲିସ ଡିଜି

    କଟକ: ‘ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ । ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ । ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଜି(ବୁଧବାର) କଟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି