୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର

ସେଦିନ ରାତିରେ ଜଳିଥିଲା ସମୁଦ୍ର। ଛାରଖାର ହୋଇଥିଲା କରାଚୀ ବନ୍ଦର। ୧୯୭୧ ମସିହା ଡିସେମ୍ବର ୪ ତାରିଖ ରାତିରେ ଇତିହାସ ରଚିଥିଲା ଭାରତୀୟ ନୌସେନା। ପାକିସ୍ତାନର କରାଚୀ ବନ୍ଦରକୁ ଧୂଳିସାତ୍ କରି ସଫଳତା ହାସଲ କରିଥିଲା ‘ଅପରେସନ୍ ଟ୍ରାଇଡେଣ୍ଟ’। ଏହାର ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଉଛି। ତେବେ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ପ୍ରଥମ ମହାପର୍ବରେ ସାମିଲ୍ ଥିବା ଓଡ଼ିଆ ନୌବୀର ସନାତନ ସାହୁ ସେଦିନ ରାତିର ସ୍ମୃତି ବଖାଣିଛନ୍ତି।

କେନ୍ଦ୍ରାପଡ଼ା ମାଧପୁରର ୭୫ ବର୍ଷୀୟ ସନାତନ ସାହୁ। ଅପରେସନ୍ ଟ୍ରାଇଡେଣ୍ଟରେ ସାମିଲ ହୋଇଥିବା ନେଭି ଭେଟେରାନ୍। ସେତେବେଳେ ଯୁଦ୍ଧ ଜାହାଜ INS କିଲଟନରେ ସେକେଣ୍ଡ୍ କ୍ଲାସ୍ ସିଗ୍ନାଲ୍ ମ୍ୟାନ୍ ଥାଆନ୍ତି ୨୨ ବର୍ଷୀୟ ସନାତନ। ପଦବୀ କନିଷ୍ଠ ହେଲେ ବି କାନ୍ଧରେ ଥାଏ ଗୁରୁଦାୟିତ୍ୱ। କାରଣ ୩ଟି ମିଜାଇଲ୍ ବୋଟ୍ ଓ ଆଉ ଏକ ଆଣ୍ଟି ସବମରିନ୍ କଭେଟ୍ ସହ ତାଙ୍କ ଜାହାଜ ବି ସାମିଲ ଥିଲା ଅପରେସନ୍ ଟ୍ରାଇଡେଣ୍ଟରେ। ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କରିଥିଲା INS ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ PNS ଖାଇବର ସମୁଦ୍ରରେ ହଜିଗଲା। ଏହାପରେ ପରାକ୍ରମ ଦେଖାଇଲେ INS ନିପାତ ଓ INS ବୀର୍। ଧ୍ୱଂସ ହୋଇଗଲା PNS ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ ‘ଭେନସ୍ ଚ୍ୟାଲେଞ୍ଜର୍’। ଏହାପରେ INS ନିପାତ ଛାରଖାର କରିଦେଲା କରାଚି ପୋର୍ଟର ବିଶାଳ ତୈଳ ଡିପୋକୁ। କୁହାଯାଏ, ୬୦ କିଲୋମିଟର ଦୂରରୁ ଦିଶିଥିଲା ଏହି ହୁତୁହୁତ ଦାବାନଳ। ନିଆଁ ଲିଭାଇବାକୁ ଲାଗିଥିଲା ୪ ଦିନ ସମୟ। ୩ଟି ମିଜାଇଲ ବୋଟ୍ ନିଜ କାମ ସାରି ଫେରିଯିବା ପରେ, INS କଚ୍ଛଲ୍ କରାଚୀ ବନ୍ଦରର ବାକି ସବୁ ଟାର୍ଗେଟ ଧ୍ୱଂସ କରିଥିଲା। ଆଉ ଓଡ଼ିଆ ନୌବୀର ସନାତନ କୁହନ୍ତି, ତାଙ୍କ ଜାହାଜ ପାଳି ଆସିବା ବେଳକୁ ଧ୍ୱଂସ କରିବା ପାଇଁ ଆଉ କିଛି ଟାର୍ଗେଟ୍ ନଥିଲା। ହେଲେ କମିନଥିଲା ମନର ଯୋଶ୍।

ଅପରେସନ୍ ଟ୍ରାଇଡେଣ୍ଟ୍ ଯେତିକି ଐତିହାସିକ ଥିଲା, INS କିଲଟନ୍ ପାଇଁ ସେତିକି ନାଟକୀୟ ଥିଲା ତା’ ପରର ଅନୁଭୂତି। ଆକ୍ରମଣ ସାରି ଶୀତୁଆ ରାତି ପ୍ରାୟ ୪ଟାରେ ଫେରୁଥିବା ବେଳେ, ଜାହାଜ ଇଞ୍ଜିନ୍ ଫେଲ୍ ହୋଇଗଲା। ଆକାଶରେ ପାକିସ୍ତାନର ୫୦-୬୦ ଫାଇଟର୍ ଜେଟ୍ ପଇଁତରା ମାରୁଥିଲା, ଆଉ ଏପଟେ ବମ୍ବେରେ ଚର୍ଚ୍ଚା ହୋଇଗଲା ସମୁଦ୍ରରେ ବୁଡ଼ିଯାଇଛି INS କିଲଟନ୍। ହେଲେ ସୌଭାଗ୍ୟବଶତଃ ଘନ କୁହୁଡ଼ି କାରଣରୁ ପାକିସ୍ତାନୀ ଫାଇଟର ଜେଟ୍ INS କିଲଟନକୁ ଚିହ୍ନଟ କରିପାରିଲେନି। ଆଉ ତା’ପର ଦିନ ପ୍ରାୟ ଗୋଟାଏରେ ଜାହାଜ ଠିକ ହେଲା ଓ INS କିଲଟନ୍ ଫେରିଲା। ଅପରେସନ୍ ଟ୍ରାଇଡେଣ୍ଟ ଯୋଗୁଁ ପ୍ରଥମରୁ ଭୟଙ୍କର କ୍ଷୟକ୍ଷତିର ସାମ୍ନା କରିଥିବା ପାକିସ୍ତାନ, ମାତ୍ର ୧୩ ଦିନର ଯୁଦ୍ଧ ପରେ ଭାରତ ଆଗରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଥିଲା।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ