NIRF Ranking 2025, ଟପ୍ ୧୦୦ରେ ଓଡ଼ିଶାର ୫ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ (NIRF ) ରାଙ୍କିଂ ତାଲିକା । NIRF ରାଙ୍କିଂ ତାଲିକାରେ ଶୀର୍ଷରେ ରହିଛି IIT ମାଡ୍ରାସ । ସେହିପରି IISC ବେଙ୍ଗାଲୁରୁ ଶ୍ରେଷ୍ଠ ବିଶ୍ବ ବିଦ୍ୟାଳୟ, ଟପ୍‌ ମ୍ୟାନେଜମେଣ୍ଟ ତାଲିକାରେ IIM ଅହମ୍ମଦାବାଦ ଶୀର୍ଷରେ ଥିବା ବେଳେ କଲେଜ ତାଲିକାରେ ଶୀର୍ଷରେ ରହିଛି ହିନ୍ଦୁ କଲେଜ । ସାମଗ୍ରିକ ରାଙ୍କିଂର ଟପ୍‌-୧୦୦ ମଧ୍ୟରେ ଓଡ଼ିଶାର ୫ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ‘ସୋଆ’ ଆଗରେ ରହିଛି ।ଟପ୍ ୧୦୦ ସାମଗ୍ରିକ ଶିକ୍ଷାନୁଷ୍ଠାନ ରାକିଂରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୨୫ ତମ ସ୍ଥାନରେ ଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ୨୭ ତମ ଓ ଏନ୍‌ଆଇଟି ରାଉରକେଲା ୩୪ ତମ ସ୍ଥାନରେ ରହିଛି । ସେହିପରି ଭାବରେ IIT ଭୁବନେଶ୍ୱର ୩୪ ରାଙ୍କରେ ରହିଥିବା ବେଳେ ଏମ୍ସ ଭୁବନେଶ୍ୱର ୧୦୦ ତମ ରାଙ୍କରେ ସ୍ଥାନ ପାଇଛି ।ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀର ଜେଏନୟୁ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ବିଶ୍ୱବିଦ୍ୟାଳୟ ବର୍ଗରେ ବି ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ । ଏଥିରେ ଘରୋଇ ଶିକ୍ଷାନୁଷ୍ଠାନ ଭାବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୧୫ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ୧୭ ତମ ସ୍ଥାନରେ ରହିଥିବା ବୋଲି ଏନଆଇଆର୍‌ଏଫ୍‌ ରାଙ୍କିଂରେ ପ୍ରକାଶ ପାଇଛି ।ଷ୍ଟେଟ୍ ପବ୍ଲିକ ୟୁନିଭରସିଟି କ୍ୟାଟାଗୋରୀରେ କଲିକତା ସ୍ଥିତ ଜାଭେଦପୁର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ୪୮ ତମ ସ୍ଥାନରେ ରହିଛି । ତେବେ ଗତବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ୪୨ ରାଙ୍କରେ ସ୍ଥାନ ପାଇଥିଲା । ସେହିଭଳି ଦେଶର ଶ୍ରେଷ୍ଠ ୧୦୦ କଲେଜ ଭିତରେ ଓଡ଼ିଶାର କୌଣସି ଗୋଟିଏ ବି କଲେଜ ସ୍ଥାନ ପାଇନାହିଁ ବୋଲି ଏନଆଇଆର୍‌ଏଫରେ ପ୍ରକାଶ ପାଇଛି ।ସେହିପରି ଭାବରେ ଶ୍ରେଷ୍ଠ ୧୦୦ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସମ୍ବଲପୁର ୩୪ ସ୍ଥାନରେ ରହିଥିବା ବେଳେ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ୪୫ତମ ସ୍ଥାନରେ ରହିଛି । ଶିକ୍ଷା ଓ ଅନୁସନ୍ଧାନ ୬୬ ସ୍ଥାନରେ ରହିଥିବା ବେଳେ କିଟ୍‌ ରହିଛି ୬୮ ସ୍ଥାନରେ । ସେହିପରି ଭାବରେ ଆଇଏମଆଇ ଭୁବନେଶ୍ୱରର ୯୪ ସ୍ଥାନରେ ରହିଛି ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ