politics for mmdr ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର: ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ ରାଜ୍ୟର ରାଜସ୍ୱ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେଣୁ ଏହାକୁ ଲାଗୁ ନ କରାଇବା ପାଇଁ ୨ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସ ବିଧାୟକମାନେ ଶନିବାର ଦାବି କରିଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ କଂଗ୍ରେସ ବିଧାୟକମାନେ ଭେଟିଛନ୍ତି। ଏହି ଅବସରରେ କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କୁ କହିଛନ୍ତି, ନବପ୍ରଣୀତ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ, ରାଜ୍ୟର ଅଧିକାର, ଆଦିବାସୀଙ୍କ ସାମ୍ୱିଧାନିକ ସୁରକ୍ଷା ଏବଂ ଡିଏମ୍‌ଏଫ୍‌ ପାଣ୍ଠି ଉପରେ ଗୁରୁତର ପ୍ରଭାବ ପକାଇବ। ଏହି ପ୍ରସଙ୍ଗରେ ବିଧାନସଭାରେ ବିସ୍ତୃତ ଆଲୋଚନା ଓ ଏକତ୍ରିତ ରାଜ୍ୟ ପ୍ରସ୍ତାବ ପାଇଁ ରାଜ୍ୟପାଳ ଓ ବାଚସ୍ପତି ୨ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାନ୍ତୁ। ଏଥିସହ ଓଡ଼ିଶାର ଖଣିଜ ସମ୍ପଦ ଓ ସାମ୍ୱିଧାନିକ ଅଧିକାରର ସୁରକ୍ଷା ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ବିଧାୟକମାନେ କହିଛନ୍ତି। ଅନ୍ୟପଟେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଦିବାସୀ ନେତା ହୋଇ ତାଙ୍କ ଜାତିର ଭାଗ୍ୟକୁ କିପରି କେନ୍ଦ୍ର ପାଖରେ ସରେଣ୍ଡର କରିଦେଲେ। ଭାଜପାର ୨୦ ଏମ୍‌ପି କାହିଁକି ମୁହଁ ଖୋଲିଲେ ନାହିଁ। ତେଣୁ କଂଗ୍ରେସ ପକ୍ଷରୁ ୨୪ରୁ ସେପ୍ଟେମ୍ୱର ୯ ଯାଏ ଜନଜାଗରଣ ଏବଂ ଆସନ୍ତା ୨୫ରେ ସବୁ ଜିଲାରେ ପ୍ରତିରୋଧ ଦିବସ ପାଳନ ସହ ବିକ୍ଷୋଭ କରାଯିବ।
ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। ଏ ବିଷୟରେ ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ଖଣିଜ ସମ୍ପଦ ଓ ଖଣି ଜମି ଓଗେର କେନ୍ଦ୍ର ହାତକୁ ନେଇଗଲେ। ରାଜ୍ୟର ଅଧିକାର ଓ ସ୍ୱାୟତ୍ତତାକୁ ଛଡ଼ାଇନିଆଯାଇଛି। ଏହି ପ୍ରସଙ୍ଗରେ ବିଜେଡି ପ୍ରତ୍ୟେକ ଗାଁ ଗହଳିକୁ ଯାଇ ଲୋକଙ୍କୁ ଏ ବାବଦରେ ସଚେତନ କରାଇବ।
ଭାଜପା ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ଓଡ଼ିଶାରେ କେତେଜଣ ବିରୋଧୀ ଦଳ ନେତା ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏମ୍‌ଏମ୍‌ଡିଆର୍‌ ୧୯୫୭ ମସିହାରୁ ଯାହା ଚାଲି ଆସିଛି, ସେଥିରେ କିଛି ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପାର୍ଲାମେଣ୍ଟରେ ଆଗତ ବିଲ୍‌ ପ୍ରଥମେ ଲୋକ ସଭା ଏବଂ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ସଭାରେ ଗୃହୀତ ହୋଇସାରିଛି। ଖଣି ଜାତୀୟ ସମ୍ପତ୍ତି ହୋଇଥିବାରୁ ଏହାର ସୁବିନିଯୋଗ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବିକଶିତ ଭାରତରେ ଖଣିଜ ସମ୍ପଦର ସଦୁପଯୋଗ ସହ ଭାଲ୍ୟୁ ଆଡେଡ୍‌ ଲାଗି ଏହି ଆଇନ ଅଣାଯାଇଛି। ଏହାଦ୍ୱାରା ଖଣିଜ ସମ୍ପଦପୂର୍ଣ୍ଣ ରାଜ୍ୟ ଏବଂ ଦେଶର ଲାଭ ହେବ। ବିରୋଧୀ ଅପପ୍ରଚାର କରୁଥିବା ସେ କହିଛନ୍ତି।

  • Related Posts

    assembly odisha ଖୁବ୍‌ଶୀଘ୍ର ବିଧାନସଭା ମୌସୁମି ଅଧିବେଶନ; ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ

    ଭୁବନେଶ୍ବର: ଖୁବ୍‌ଶୀଘ୍ର ବସିବାକୁ ଯାଉଥିବା ଓଡ଼ିଶା ବିଧାନସଭାର ମୌସୁମି ଅଧିବେଶନରେ ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି। ସେଗୁଡ଼ିକ ମଧ୍ୟରୁ ଏମ୍‌ଏମ୍‌ଡିଆର ସଂଶୋଧନ ବିଧେୟକକୁ ନେଇ ବିଧାନସଭା ହୁଲସ୍ତୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମ୍‌ଏମ୍‌ଡିଆର…

    Continue reading
    bharatiya janata party ଜେନ୍‌-ଜି ପାଇଁ ଟିମ୍‌ ଗଢ଼ିଲା ବିଜେପି

    ନୂଆଦିଲ୍ଲୀ: ଜେନ୍‌ ଜି ଅର୍ଥାତ୍‌ ଯୁବବର୍ଗଙ୍କ ସହ ଯୋଡ଼ି ହେବା ଲାଗି ବିଜେପି ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ଏଥିରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ, ବିନୋଦ ତାୱଡ଼େ, ଗୁଜରାଟର ମନ୍ତ୍ରୀ ହର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ