ଡିସେମ୍ବର ୧୧ରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଆସନ୍ତା ୧୧ ଡିସେମ୍ବରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ବିଭିନ୍ନ ବର୍ଗରେ ମନୋନୀତ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ, ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସମେତ ଦେଶର ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେବେ। ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏହି ସମାରୋହର ମୁଖ୍ୟ ଆକର୍ଷଣ ହେବ, ଯେଉଁଥିରେ ବିକେନ୍ଦ୍ରୀକୃତ ଶାସନରେ ଉତ୍କର୍ଷତା କ୍ଷେତ୍ରରେ ପ୍ରୟାସ ଜାରି ରଖିବା ପାଇଁ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଏବଂ ଉପସ୍ଥିତ ଲୋକଙ୍କୁ ପ୍ରେରଣା ମିଳିବ ।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦେବାକୁ ଚୟନ କରାଯାଇଛି । ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାୟତକୁ ପୁରସ୍କାର ରାଶି ରୂପେ ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ସ୍ୱରୂପ ଏହି ପଞ୍ଚାୟତକୁ ମଧ୍ୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ କେନ୍ଦ୍ରିକେଲା ପଞ୍ଚାୟତ ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ । ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାୟତକୁ ୭୫ ଲକ୍ଷ ଟଙ୍କା ଦିଆଯିବ । ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାସିରା ପଞ୍ଚାୟତ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ପାଇବାକୁ ମନୋନିତ ହୋଇଛି । ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବା ଲାଗି ମନୋନିତ ହୋଇଛି । ଏହି ପ୍ରତିଷ୍ଠାନକୁ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଓଡ଼ିଶାର ଛତ୍ରପୁର ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ରୂପେ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ରୂପେ ୨ କୋଟି ଟଙ୍କାର ପୁରସ୍କାର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ସେହିପରି ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିବା ସହିତ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇବ ।

ମାନ୍ୟବର କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ‘ପୁରସ୍କାରପ୍ରାପ୍ତ ପଞ୍ଚାୟତଗୁଡ଼ିକର କାର୍ଯ୍ୟ ଉପରେ ଶ୍ରେଷ୍ଠ ଅଭ୍ୟାସ’ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିବେ। ପୁସ୍ତକରେ ପୁରସ୍କାର ପ୍ରାପ୍ତ ପଞ୍ଚାୟତଗୁଡ଼ିକର ଅଭିନବ ଏବଂ ପ୍ରଭାବଶାଳୀ କାର୍ଯ୍ୟଗୁଡ଼ିକର ବିବରଣୀ ରହିଛି। ଏହି ପୁସ୍ତିକାର ପ୍ରଥମ କପି ମାନ୍ୟବର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ। ଶ୍ରୀ ରାଜୀବ ରଞ୍ଜନ ସିଂ ବିଜେତା ପଞ୍ଚାୟତଗୁଡ଼ିକୁ ପୁରସ୍କାର ରାଶିର ଡିଜିଟାଲ ହସ୍ତାନ୍ତର କାର୍ଯ୍ୟ ମଧ୍ୟ କରିବେ। ଏହି ଅବସରରେ କେତେକ ପୁରସ୍କାରପ୍ରାପ୍ତ ପଞ୍ଚାୟତର ଉଲ୍ଲେଖନୀୟ ପ୍ରୟାସ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନର ଦକ୍ଷତା ବୃଦ୍ଧିରେ ପ୍ରଶିକ୍ଷଣ ଅନୁଷ୍ଠାନର ଭୂମିକାକୁ ଦର୍ଶାଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ରେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ୱରାଜ ବିଶ୍ୱ ପଞ୍ଚାୟତ ପୁରସ୍କାର, ଅଙ୍ଗାରକାମ୍ଳ ମୁକ୍ତ ବିଶ୍ୱ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ଅନୁଷ୍ଠାନ ପୁରସ୍କାର ଆଦି ବର୍ଗ ଅନ୍ତର୍ଭୁକ୍ତ । ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ସଂରକ୍ଷଣ, ପରିମଳ, ଭିତ୍ତିଭୂମି, ସାମାଜିକ ନ୍ୟାୟ, ଶାସନ ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକର ପ୍ରୟାସକୁ ସ୍ୱୀକୃତି ଦେବା ଏବଂ ଉତ୍ସାହିତ କରିବାରେ ଏହି ପୁରସ୍କାରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ । ଏହି ପୁରସ୍କାର ମାଧ୍ୟମରେ ପ୍ରଦାନ କରାଯାଉଥିବା ସ୍ୱୀକୃତିର ଉଦ୍ଦେଶ୍ୟ ହେଉଛି ଅନ୍ୟ ପଞ୍ଚାୟତଗୁଡ଼ିକୁ ଶ୍ରେଷ୍ଠ ଅଭ୍ୟାସ ଗ୍ରହଣ କରିବାକୁ ଏବଂ ଗ୍ରାମୀଣ ଭାରତର ସାମଗ୍ରିକ ବିକାଶରେ ଯୋଗଦାନ କରିବାକୁ ଅନୁପ୍ରାଣିତ କରିବା ।

ମନ୍ତ୍ରଣାଳୟ ବିଭିନ୍ନ ବିଷୟଗତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ପଞ୍ଚାୟତ ଚୟନ ପାଇଁ ଏକ ବିସ୍ତୃତ ଅଭ୍ୟାସ କରିଥିଲା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଏହି ପଞ୍ଚାୟତଗୁଡ଼ିକୁ ଆହୁରି ଉତ୍କୃଷ୍ଟ ହେବା ପାଇଁ ପ୍ରୋତ୍ସାହିତ କରିବା ଏବଂ ଅନ୍ୟ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସେମାନଙ୍କର ସର୍ବୋତ୍ତମ ହାସଲ କରିବା ନିମନ୍ତେ ଅନୁପ୍ରାଣିତ କରିବା। ଯାହାର ପରିଣାମସ୍ୱରୂପ ଗ୍ରାମାଞ୍ଚଳରେ ସହଜ ଜୀବନଯାପନ ଏବଂ ସ୍ଥାୟୀ, ଅନ୍ତର୍ଭୁକ୍ତ ବିକାଶ ସୁନିଶ୍ଚିତ କରିବା । ଗ୍ରାମୀଣ ଭାରତରେ ସାମଗ୍ରିକ ସରକାର ଏବଂ ସାମଗ୍ରିକ ସମାଜ ଆଭିମୁଖ୍ୟକୁ ଗ୍ରହଣ କରି ଜାତୀୟ ଉଦ୍ଦେଶ୍ୟ ଏବଂ ସହଯୋଗୀ ପ୍ରୟାସକୁ ଆଗେଇ ନେବା ସହିତ ଏହି ପଦକ୍ଷେପ ଗଭୀର ଭାବରେ ଯୋଡ଼ି ହୋଇଛି। ବିକେନ୍ଦ୍ରୀକୃତ ବିକାଶର ବାର୍ତ୍ତାକୁ ବଢ଼ାଇବା ଏବଂ ସମଗ୍ର ଦେଶରେ ଏହି ଉଦାହରଣୀୟ ପଞ୍ଚାୟତଗୁଡ଼ିକର ସଫଳତାକୁ ପାଳନ କରିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଗଣମାଧ୍ୟମ ଏବଂ ଅନ୍ୟ ଅଂଶୀଦାରଙ୍କ ସକ୍ରିୟ ସହଯୋଗକୁ ଆମନ୍ତ୍ରଣ କରୁଛି ।

  • Related Posts

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ…

    Continue reading
    ଜନ୍ତର ମନ୍ତର ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍

    ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବାକୁ ନେଇ ସିଜେପିର କାର୍ଯ୍ୟକର୍ତ୍ତାମାନେ ସୋମବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ସେମାନେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ସିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ