ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ: ରାଷ୍ଟ୍ରପତି

ଭୁବନେଶ୍ବର: ନ୍ୟାୟ ମିଳିବାରେ ବିଳମ୍ବ ହେଲେ ନ୍ୟାୟ ନମିଳିବା ଭଳି ଅନୁଭବ ହୋଇଥାଏ। ନ୍ୟାୟିକ ବ୍ୟବସ୍ଥାରେ ଗରିବ ଲୋକମାନେ ଅଧିକ କଷ୍ଟ ଭୋଗୁଛନ୍ତି। ବାରମ୍ବାର କୋର୍ଟକୁ ଯିବା ପାଇଁ ସେମାନଙ୍କର ଲୋକବଳ ଓ ଅର୍ଥ ବଳ ନଥାଏ। ତେଣୁ ଗରିବ ଲୋକମାନେ ଯେଭଳି ସହଜରେ ନ୍ୟାୟ ପାଇପାରିବେ, ସେହିଭଳି ବ୍ୟବସ୍ଥା ହେବା ଦରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ ପରିସରକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ଗୁରୁବାର ସନ୍ଧ୍ୟାରେ କହିଛନ୍ତି, ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ। ଦେଶର ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ। ସାଧାରଣ ଲୋକ ଜାଣିପାରନ୍ତି ନାହିଁ ଯେ, କୋର୍ଟରେ ଓକିଲ କିଭଳି ଯୁକ୍ତି କରୁଛନ୍ତି ଏବଂ ବିଚାରପତି କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଚାର ଗୁଡ଼ିକ ଆଞ୍ଚଳିକ ଭାଷାରେ ଅନୁବାଦ କରାଯିବା ଉଚିତ। କୋର୍ଟ କଚେରିରେ ନ୍ୟାୟ ଆଶାରେ ଯାଇଥିବା ଲୋକ ବହୁବାର ଯାଇଯାଇ ଥକି ପଡ଼ିଥାନ୍ତି। ଲୋକମାନେ ଓକିଲଙ୍କୁ ମନକଥା ମଧ୍ୟ କହିପାରି ନଥାନ୍ତି। ବିଶ୍ବଗୁରୁ ରବୀନ୍ଦ୍ର ନାଥ ଟାଗୋର ତାଙ୍କର କବିତା ମାଧ୍ୟମରେ କହିଛନ୍ତି- ଯେଉଁଠି ବିନା ଭୟରେ ମୁଣ୍ଡ ଟେକି ଯାଇ ହେଉଥିବ, ସେହି ଦିଗରେ ଭାରତ ଅଗ୍ରଗତି କରୁଛି। ଗାଁ ଗହଳିରେ ଯେତେବେଳେ ଆମେ ପିଲାଥିଲୁ, ଆଇନଜ୍ଞ, ଶିକ୍ଷକ ଓ ଡାକ୍ତରଙ୍କୁ ଭଗବାନ ମନେ କରୁଥିଲୁ। ଏହାର କାରଣ ଆଇନର ପ୍ରତ୍ୟେକ ଧାରା ଏମାନଙ୍କୁ ଜଣା। ସେମାନଙ୍କର ସାଧାନାକୁ ସମ୍ମାନ ଦେବା। ଆଇନଜୀବୀମାନଙ୍କର କର୍ତ୍ତବ୍ୟକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ସାଧାରଣ ଲୋକଟିଏ ଯଦି କୌଣସି ଅସୁବିଧା ନପାଏ, ତାହା ବିକଶିତ ଭାରତକୁ ପ୍ରମାଣିତ କରିବ। ଅଭିଭାଷଣର ଆରମ୍ଭରୁ ରାଷ୍ଟ୍ରପତି କହିଥିଲେ ମହାତ୍ମା ଗାନ୍ଧୀ ନ୍ୟାୟ ପାଇଁ ସଂଘର୍ଷ କରିଥିଲେ। ଏହି ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଖୁସି ଅନୁଭବ କରୁଛି। ଏହି କୋର୍ଟରେ ଏକାଧିକ କାର୍ଯ୍ୟକ୍ରମ ହୋଇପାରିବ। ବିଭିନ୍ନ ମାମଲାର ବିଚାର ହୋଇପାରିବ। ନବନିର୍ମିତ କୋର୍ଟରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ