ଅଭିଯୋଗ ଶୁଣିଲେ ମୋହନ, ଲୋକଙ୍କ ଦାବି କରିବେ ସମାଧାନ

ମାଲକାନଗିରି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଠାରେ ଅନୁଷ୍ଠିତ ଲୋକ ମହୋତ୍ସବ ‘ମାଲ୍ୟବନ୍ତ’ ପଡ଼ିଆରେ ବହୁ ସମୟ ରହିବା ସହ ରାତ୍ରୀଯାପନ କରିଥିଲେ। ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରୁଥିବା ଜିଲ୍ଲାବାସୀ ଜାଣିବା ପରେ ଆଜି ସକାଳୁ ସର୍କିଟ ହାଇସ ନିକଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଏତେ ଭିଡ଼କୁ ଦେଖି ସୁରକ୍ଷାକର୍ମୀ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କଲେ। ତେବେ ଲୋକେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସିଥିଲେ। ୫୦ରୁ ଊର୍ଦ୍ଧ୍ବ ଅଭିଯୋଗକାରୀଙ୍କ ସହ ଶତାଧିକ ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନିଜର ନିତ୍ୟକର୍ମ ସାରିବା ପରେ ଅନ୍ୟ କାମରେ ବ୍ୟସ୍ତ ହୋଇଯାଇଥିଲେ। ଦୀର୍ଘ ସମୟ ଧରି କିନ୍ତି ଅଭିଯୋଗକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଅପେକ୍ଷା କରି ରହିଥିଲେ। ମାଲକାନଗିରି ଠାରେ କୌଣସି ଅଭିଯୋଗ ପ୍ରକୋଷ୍ଠର ନଥିଲା। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନେକ ଅଭିଯୋଗକାରୀ ଅଭିଯୋଗ ପତ୍ର ଧରି ବାହାରେ ଜଗି ରହିଥିବା ନେଇ ମୁଖ୍ୟମନ୍ତ୍ରୀ ଖବର ଶୁଣିବା ପରେ ନିଜ ପ୍ରକୋଷ୍ଠକୁ ନଡାକି ଉଠିପଡି ଲୋକଙ୍କ ପାଖକୁ ଯାଇ ସେମାନଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କର ଦାବିପତ୍ର ଗ୍ରହଣ କରିଥିଲେ। ଗୋଟିଗୋଟି କରି ଅଭିଯୋଗକାରୀଙ୍କ ନିକଟରେ ଆସି ଅଭିଯୋଗ ଶୁଣିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଏଥିସହ ଖୁବଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଏଭଳି ଭଲ ପାଇବା ଏବଂ ଲୋକଙ୍କ ପାଇଁ କାର୍ଯ୍ୟ ଆସିଥିବା ଦେଖି ଅଭିଯୋକାରୀମାନେ ବେଶ ଖୁସି ହେବା ସହ ସେମାନଙ୍କର ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଆଶା ରଖିଛନ୍ତି। ଅନ୍ୟଦିଗରେ ମୁଖ୍ୟମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ଲୋକେ ପ୍ରଶଂସା କରିଛନ୍ତି।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ