puri ratna bhander ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

ପୁରୀ: ଆଜିଠୁ ଦୁଇ ଦିନ ଧରି ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାର ଗଣତିମଣତି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ (ଏସ୍‌ଓପି) କୁ ଏହି ସମୟରେ ପାଳନ କରାଯିବ । ଗଣତିମଣତି ସମୟରେ କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନହେବାକୁ ବିଶେଷ ଗୁରୁତ୍ୱ ଦିଆଯିବ । ରତ୍ନଭଣ୍ଡାର ଗଣତିମଣତି ନିମନ୍ତେ ଶ୍ରଦ୍ଧାଳୁଙ୍କ ଦର୍ଶନ ସମୟ ସ୍ୱଳ୍ପ ହୋଇପାରେ । ଏହି ସମୟରେ ଶ୍ରଦ୍ଧାଳୁଙ୍କୁ କେବଳ ବାହାର କାଠ ଠାରୁ ଦର୍ଶନ ସୁବିଧା ମିଳିବ । ତେଣୁ ପୂର୍ବବତ୍‌ ଏହି କାର୍ଯ୍ୟରେ ସମସ୍ତ ସେବକ ଓ ଶ୍ରଦ୍ଧାଳୁ ଭକ୍ତଙ୍କର ସହଯୋଗ ଓ ସହାୟତା କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନ୍ତର୍ଗତ ଚଳନ୍ତି ଭଣ୍ଡାର ଗଣତି ସରିଥିବା ବେଳେ ବାହାର ଭଣ୍ଡାର ଗଣତିମଣତି ପ୍ରାୟ ଶେଷ । ପରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି କରାଯାଉଛି । ରତ୍ନଭଣ୍ଡାର ଉଚ୍ଚସ୍ତରୀୟ ତଦାରଖ ଦଳଙ୍କ ତତ୍ତ୍ୱାବଧାନରେ ଗଣତିମଣତିରେ ଆର୍‌ବିଆଇର ବିଶେଷଜ୍ଞ, ଜେମୋଲୋଜିଷ୍ଟ, ଫଟୋଗ୍ରାଫର ପ୍ରମୁଖ ନିୟୋଜିତ ହେବେ । ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ୩ଡି ମ୍ୟାପିଂ କରାଯିବ । ସମସ୍ତ ରତ୍ନଅଳଙ୍କାରକୁ ଦୁଇ ତିନି ପରସ୍ତ ଘୋଡ଼ାଇ ସିନ୍ଦୁକ ଭିତରେ ସୁରକ୍ଷିତ ରଖାଯିବ ।

୧୯୭୮ ମସିହା ଗଣତିମଣତିରେ ଜେମୋଲୋଜିଷ୍ଟ ନିୟୋଜିତ ହୋଇନଥିଲେ । ତେଣୁ ଜେମୋଲୋଜିଷ୍ଟଙ୍କୁ ଏହି ଗଣତିମଣତିରେ ସାମିଲ କରାଯାଇଛି । ଶ୍ରୀମନ୍ଦିର ଓ ବ୍ୟାଙ୍କର ବଣିଆ ସମେତ ଜେମୋଲୋଜିଷ୍ଟମାନେ ଅଳଙ୍କାର ସମ୍ପୂର୍ଣ୍ଣ ପରିଚୟ ନିର୍ଦ୍ଧାରଣ କରିବେ । ସେମାନେ ତାଙ୍କ ଅଭିଜ୍ଞତା ଓ କୁଶଳତାକୁ ବ୍ୟବହାର କରିବେ । ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ଏହା ଯେପରି ରତ୍ନଭଣ୍ଡାର ଭିତରେ ସୁରକ୍ଷିତ ରହିବ ସେ ଉଦ୍ଦେଶ୍ୟରେ ଏସ୍‌ଓପି ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

  • Related Posts

    HIRAKUD DAM ହୀରାକୁଦ:୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍‌ରେ ସ୍ଥିର ରହିଛି।ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୩୬…

    Continue reading
    BMC ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍

    ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସରେ BMCର ବଡ଼ ଘୋଷଣା। ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍। ସ୍ମାର୍ଟ ଓ ସ୍ୱଚ୍ଛ ଭୁବନେଶ୍ୱର ପାଇଁ ହୋଇଛି ବଡ଼ ଯୋଜନା। ଆଜି ସ୍ୱାୟତ୍ତ ଶାସନ ଦିବସରେ ଏଭଳି ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ